ଭୁବନେଶ୍ବର : ଜଣାଶୁଣା ଶିକ୍ଷାବିତ୍ ତଥା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ବିରଞ୍ଚି ନାରାୟଣ ପୁହାଣଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଅରୁନ୍ଧତୀ, ଝିଅ ବିପାଶା ଓ ପୁଅ ଗୌତମ ଉପସ୍ଥିତ ଥିଲେ।
କଟକ ଜିଲ୍ଲାର ସାଲେପୁର ନିକଟରେ ଗୁଆଳି ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ପୁହାଣ ରେଭେନ୍ସା କଲେଜରୁ ଉଚ୍ଚଶିକ୍ଷା ଶେଷ କରିଥିଲେ। ୧୯୭୪ ମସିହାରେ କାନାଡ଼ାର ମନିତୋବା ବିଶ୍ବବିଦ୍ୟାଳୟରୁ ସାଇକୋମେଟ୍ରିକ୍ସରେ ପିଏଚ୍ଡି ଡିଗ୍ରି ହାସଲ କରିଥିଲେ। ପ୍ରଥେମ ବିଭିନ୍ନ ମହାବିଦ୍ୟାଳୟରେ ମନସ୍ତତ୍ତ୍ବ ବିଭାଗର ଅଧ୍ୟାପକ ଭାବେ ତାଙ୍କ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇ ପ୍ରାୟ ତିନି ଦଶନ୍ଧି ଧରି ସେଠାରେ ଅଧ୍ୟାପନା କରିଥିଲେ। ୧୯୯୩ ମସିହାରେ ସେ ପିଜି କାଉନ୍ସିଲ୍ର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିେଲ। ପରେ ସେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇ ସେଠାରେ ଭିତ୍ତିଭୂମିର ବିକାଶ ତଥା ଉନ୍ନତମାନର ଏକାଡେମିକ୍ କାର୍ଯ୍ୟ କରିବାରେ ମୁଖ୍ୟ ଭୂମିକା ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Biranchi-Narayan.jpg)