ଅଧିକ କ୍ଷୁଦ୍ର ଓ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉ: ନବୀନ

ଭୁବନେଶ୍ୱର: ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ଅର୍ଥନୀତିରେ କୃଷି ଓ ଉଦ୍ୟାନ ସର୍ବାଧିକ ଗୁରୁତ୍ୱ ବହନ କରୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଅଧିକ କ୍ଷୁଦ୍ର ଓ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପରାମର୍ଶ ଦେଇଛନ୍ତି। ରାଜ୍ୟ ସଚିବାଳୟରେ ନବରଙ୍ଗପୁର ଜିଲ୍ଲା ଜଳସେଚନ ବ୍ୟବସ୍ଥା ଉପରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଯଥା- ଝୁରି, ଗୁଲତାଡ଼, ନବରଙ୍ଗପୁର ବ୍ୟାରେଜ ଓ ତେଲ ସମନ୍ଵିତ ପ୍ରକଳ୍ପ ଏବଂ ଲୋୟର ଭାସବେଲ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ୨୦୧୯ ମାର୍ଚ୍ଚ ପୂର୍ବରୁ ଆରମ୍ଭ କରାଯାଇ ପାରିବ, ସେ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ ବ୍ୟତୀତ ଜିଲ୍ଲାରେ ନିର୍ମାଣାଧିନ ସମସ୍ତ ୧୧ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ମାର୍ଚ୍ଚ ୨୦୧୯ ସୁଦ୍ଧା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର