ବ୍ରଜରାଜନଗର: ବ୍ରଜରାଜନଗରରେ ୨୫ ବର୍ଷ ଧରି ବନ୍ଦ ପଡ଼ିଥିବା  ଓରିଏଣ୍ଟ କାଗଜ କଳ (ଓପିଏମ୍‌) ଚାଲୁରଖିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ। ‘ସମ୍ବାଦ’କୁ ନିଜର ପ୍ରତିକ୍ରିୟାରେ ଏହା କହିଛନ୍ତି ସ୍ଥାନୀୟ ବିଧାୟକ ତଥା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ ଶ୍ରୀ ପୂଜାରୀ କାରଖାନାକୁ ଚଲାଇବାକୁ ଓପିଏମ୍‌ ମାଲିକଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଓରିଏଣ୍ଟ କାଗଜ କଳକୁ ଚଳାଇବା ପାଇଁ ସରକାର ଲିଜ୍‌ ଆକାରରେ ଜମି ଦେଇଥିଲେ। ଯେତେବେଳେ କମ୍ପାନି ବନ୍ଦ ହୋଇଯାଇଛି, ସେତେବେଳେ ସେ ଜମିକୁ କାରଖାନାର ମାଲିକ ନିଜ ଅଧୀନରେ ରଖିବାର ଅଧିକାର ନାହିଁ। ଏବେ ବି ସମୟ ଅଛି ସେମାନେ କାରଖାନା ଚଳାନ୍ତୁ।

Advertisment

ଏହାକୁ ଚାଲୁ  କରିବାନେଇ ଖୁବ୍‌ଶୀଘ୍ର କମ୍ପାନିର ଉଚ୍ଚ ଅଧିକାରୀଙ୍କ ସହିତ  ସରକାରଙ୍କ ବିଭିନ୍ନ ବିଭାଗକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଏଥିସହିତ, କାରଖାନା ଚାଲୁ ନହେଲେ ସରକାର ଜମି ଫେରସ୍ତ କରିନେବା ସହ ଅନ୍ୟମାନଙ୍କ ସହାୟତାରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୟାସ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟଭାବେ କହିଛନ୍ତି।