କୋରାପୁଟ : କୋରାପୁଟ ଜିଲ୍ଲା ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ କମୁଳୁ ଜାନୀଙ୍କୁ ରବିବାର ଦିନ କୋରାପୁଟରେ ଅଣ୍ଡାମାଡ କରାଯାଇଛି। କମୁଳୁ କୋରାପୁଟ ଆସି ସାଂସଦ ଝିନ୍ନ ହିକକାଙ୍କ ସହ ସାକ୍ଷାତ କରି ବୋରିଗୁମା ଫେରୁଥିବା ବେଳେ ଜିଲା ଆଦିବାସୀ ସମାଜ, ଜିଲା କନ୍ଧ ସମାଜର ଶତାଧିକ ସଦସ୍ୟ କୋରାପୁଟ ବାଟ ମଙ୍ଗଳା ମନ୍ଦିର ନିକଟରେ ତାଙ୍କ କାର୍ ଅଟକାଇ ଅଣ୍ଡାମାଡ କରିବା ସହ ଗାଡିର କାଚ ଭାଙ୍ଗି ଦେଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲା ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଭାବେ କମୁଳୁ ଜାନୀଙ୍କୁ ରାଜ୍ୟ ସରକାର ମନୋନୀତ କରିବା ପରେ ସରକାରଙ୍କ ନିଷ୍ପତ୍ତିକୁ ଜିଲାର ବିଭିନ୍ନ ଆଦିବାସୀ ସଂଘ ପକ୍ଷରୁ ବିରୋଧ କରାଯାଉଛି। କୋରାପୁଟ ଜିଲା ଆଦିବାସୀ ସମାଜ ଏବଂ ଜିଲ୍ଲା ବିଜେଡିର ଆଦିବାସୀ ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିିକୁ ବିରୋଧ କରି ଗତମାସ ୨୫ତାରିଖରେ କୋରାପୁଟରେ ଏକ ବିରାଟ ଶୋଭାଯାତ୍ରା କରିଥିଲେ। ଏପରିକି ପ୍ରତିବାଦ ଜଣାଇବା ସହ କମୁଳୁ ଜାନୀଙ୍କୁ ବହିଷ୍କାର କରି ଜଣେ ଯୋଗ୍ୟ ଆଦିବାସୀ ନେତାଙ୍କୁ ବିକାଶ ପରିଷଦ ଅଧ୍ୟକ୍ଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ସ୍ମାରକପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ। ଏହାପରେ ଗତକାଲି କମୁଳୁଙ୍କୁ ବିରୋଧ କରି ଏହି ଅଣ୍ଡା ମାଡ କରାଯାଇଥିବା କୁହାଯାଉଛି।
କୋରାପୁଟ ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଅଣ୍ଡାମାଡ଼
/sambad/media/post_attachments/wp-content/uploads/2017/10/Eggs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)