ବାଲେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡାମାଡ଼ କରିଥିବା ମହିଳା ରାଜଶ୍ରୀ କମିଳା ଆଜି ମୁହଁ ଖୋଲିଛନ୍ତି। ପୁଲିସ ତାଙ୍କୁ ଭିଡ଼ି ଘୋଷାଡ଼ି ନେଉଥିବା ବେଳେ କିଛି କର୍ମୀ ତାଙ୍କୁ ରାସ୍ତାରେ ବଳାତ୍କାର କରିବାକୁ ଧମକ ଦେଇଥିଲେ ବୋଲି କହିଛନ୍ତି। ଅଣ୍ଡାମାଡ଼ କାହିଁକି କଲ ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି; କୁନ୍ଦୁଲି ପୀଡ଼ିତାଙ୍କୁ ସୁରକ୍ଷା ଦେଇନଥିବା ଘଟଣାରେ ତାଙ୍କ ମନରେ ପୁଂଜିଭୂତ କ୍ଷୋଭଥିଲା। ହକ୍ କଥା କହି ତାଳସାରୀ ବେଳାଭୂମିର ଭିଡିଓ ଅପଲୋଡ କରିଥିବା ତାଙ୍କ ସ୍ୱାମୀଙ୍କୁ ପୁଲିସ ଯେମିତି ରାତିଅଧରେ ଟେକିନେଲା, ତାହା ତାଙ୍କୁ ବାଧିଲା। ଏଥିରେ କ୍ଷୁବ୍ଧହୋଇ ସେ ଅଣ୍ଡାମାଡ଼ କଲେ ବୋଲି ରାଜଶ୍ରୀ କହିଛନ୍ତି। ଆଜି ବହୁ ବରିଷ୍ଠ ବିଜେପି ନେତା ମେଡିକାଲରେ ରାଜଶ୍ରୀଙ୍କୁ ଭେଟିଛନ୍ତି। ଏଣେ ସମ୍ପୃକ୍ତ ମହିଳା ରାଜଶ୍ରୀ କମିଳାଙ୍କ ସ୍ୱାମୀ ଦିଲ୍ଲୀପଙ୍କୁ ଆଜି ପୁଲିସ୍ ଗିରଫ କରିଥିବା ଦର୍ଶାଇଛି। ଏଥିସହ ଅଣ୍ଡାମାଡ଼ କରିଥିବା ଯୋଗୁଁ ରାଜଶ୍ରୀଙ୍କ ନାଁରେ ପୁଲିସ୍ ୩୦୭ ଦଫାରେ ମାମଲା ରୁଜୁ କରିଛି। ମାତ୍ର ସେ ଗୁରୁତର ଆହତ ହୋଇଥିବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଆଣି ନିଜ ହେପାଜତରେ ପୁଲିସ୍ ଚିକିତ୍ସା କରାଉଛି।
ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡାମାଡ଼ ଘଟଣା : ସ୍ୱାମୀ ଗିରଫ, ପତ୍ନୀଙ୍କ ବିରୋଧରେ ମାମଲା
/sambad/media/post_attachments/wp-content/uploads/2018/02/egg-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)