ପିପିଲି : ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କୁ ସାତଶଙ୍ଖ ରାସ୍ତା ଦେଇ ଫେରିବା ବେଳେ ସାତହଳଠାରେ ଅଣ୍ଡାମାଡ଼ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚା ହେଉଛି ଯେ ବିଧାୟକ ରୂପଦେଇପୁରଠାରେ ଏକ କଲ୍ୟାଣମଣ୍ଡପ ଉଦ୍ଘାଟନ ସାରି ଫେରିବାବେଳେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା। ରୂପଦେଇପୁର ସମିତି ସଭ୍ୟ ପଦ ପାଇଁ ଆଶାୟୀ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ଏଭଳି କାଣ୍ଡ ଭିଆଇଥିବାବେଳେ ସାତହଳ ନିକଟରେ ବି ଅଣ୍ଡାଖୋଳ ପଡ଼ିଥିବା ଦେଖିବାକୁ ମିଳିଛି। କିନ୍ତୁ ବିଧାୟକ ଶ୍ରୀ ମହାରଥୀ ଏହାକୁ ଖଣ୍ଡନ କରିଛନ୍ତି।
ପିପିଲି ବିଧାୟକ ରୁଦ୍ରପ୍ରତାପଙ୍କୁ ଅଣ୍ଡାମାଡ଼! ସୋସିଆଲ ମିଡିଆରେ ଚର୍ଚ୍ଚା, ବିଧାୟକଙ୍କ ଖଣ୍ଡନ
/sambad/media/post_attachments/wp-content/uploads/2022/01/puri.jpg)