ଭୁବନେଶ୍ବର: କଳାହାଣ୍ଡିରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ । କେସିଙ୍ଗା ଏନଏସି ସମ୍ମୁଖରେ କଂଗ୍ରେସ କର୍ମୀ ଅଣ୍ଡାମାଡ କରିଛନ୍ତି । କଂଗ୍ରେସ କର୍ମୀ ଅଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ ମଧ୍ୟ କରିଛନ୍ତି । କେସିଙ୍ଗାକୁ ଏକ ଉଦଘାଟନୀ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ମନ୍ତ୍ରୀଙ୍କୁ ବିରୋଧ କରିଥିଲା କଂଗ୍ରେସ ।
ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀଙ୍କୁ କଂଗ୍ରେସ ବିରୋଧ କରିଛି । ମମିତା ମେହେର କାଣ୍ଡକୁ ନେଇ ପୂର୍ବରୁ ମଧ୍ୟ ଅନେକ ବିଜେଡି ନେତାଙ୍କ ଗାଡିଙ୍କୁ ଅଣ୍ଡା ମାଡ କରିଛନ୍ତି ବିରୋଧୀ । ତେବେ ଏହି ବିରୋଧ କିଛିଦିନ ହେବ ବନ୍ଦ ଥିବା ବେଳେ ଆଜି ପୁଣି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗାଡିକୁ ଅଣ୍ଡା ମାଡ କରିଛି କଂଗ୍ରେସ ।