ମହାରଥୀଙ୍କ ଘରକୁ ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ବର : ପିପିଲି ଗଣଦୁର୍ଷ୍କମ ମାମଲାର ରାୟ ପ୍ରକାଶ ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ‘ସତ୍ୟର ଜୟ ହେଲା’ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ସମ୍ବେଦନହୀନ ମନ୍ତବ୍ୟ ଦେଇ କୃଷିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ପୀଡିତା ଏବ˚ ତାଙ୍କ ପରିବାରବର୍ଗଙ୍କୁ ଉପହାସ କରିଛନ୍ତି। ଏହି ମନ୍ତବ୍ୟକୁ ନେଇ କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଏହା ସହ ମହିଳା କଂଗ୍ରେସ ପକ୍ଷରୁ ଶ୍ରୀ ମହାରଥୀଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା, ଟମାଟୋ ଓ ଝାଡ଼ୁ ‌ଫିଙ୍ଗିଥିଲେ। ଫଳରେ ସେଠାରେ ଉ‌େତ୍ତଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍ ସେଠାରେ ପହଞ୍ଚିଥିଲେ ବି ସ୍ଥିତି ନିୟନ୍ତ୍ରଣ କରିବାକୁ ନାକେଦମ୍ ହୋଇଥିଲା। ଏମିତି କି ପୁଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ପାଖାପାଖି ୨ଘଣ୍ଟା ଧରି ଉକ୍ତ ରାସ୍ତାରେ ଯାତାୟତ ଠପ୍ ହୋଇଯାଇଥିଲା।

କ˚ଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କୃଷିମନ୍ତ୍ରୀଙ୍କୁ ସିଧାସଳଖ ଆକ୍ରମଣ କରି ତାଙ୍କ ମନ୍ତବ୍ୟ ପାଇଁ କଟୁ ସମାଲୋଚନା କରିଥିଲେ। ସେ କହିଥିଲେ, ଅଦାଲତ ତାଙ୍କ ରାୟରେ ସିଧାସଳଖ ଭାବେ ଉଲ୍ଲେଖ କରିଛନ୍ତି, ପ୍ରୋସିକ୍ୟୁସନ୍‌ ତଥ୍ୟ ପ୍ରମାଣ ଦେବାରେ ବିଫଳ ହୋଇଥିବାରୁ ଅଭିଯୁକ୍ତମାନେ ନିର୍ଦୋଷରେ ଖଲାସ ହେଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସରକାର ନିଜର ଆତ୍ମରକ୍ଷା ପାଇଁ ଆରମ୍ଭରୁ ମାମଲା ରୁଜୁ କରିବାରେ ଟାଳଟୁଳ ନୀତି ଅବଲମ୍ବନ କଲେ। ଘଟଣା ଘଟିବାର ୧ ମାସ ୧୦ ଦିନ ପରେ ମାମଲା ରୁଜୁ ହୋଇଥିଲା ଏବ ପୀଡିତାଙ୍କର ଡାକ୍ତରୀମାଇନାରେ ଅହେତୁକ ବିଳମ୍ବ ଘଟିବା ଯୋଗୁଁ କୌଣସି ସ୍ପଷ୍ଟ ତଥ୍ୟ ଆସି ନଥିଲା। ରାଜ୍ୟ ମାନବାଧିକାର କମିସନଙ୍କ ହସ୍ତକ୍ଷେପ ପରେ କ୍ୟାପିଟାଲ ହସପିଟାଲରେ ପୀଡିତାଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ସ˚ପୂର୍ଣ୍ଣ ଘଟଣା ଗଣମାଧ୍ୟମରେ ଚର୍ଚା ପରିସରକୁ ଆସିବା ପରେ ପିପିଲି ଥାନାରେ ୨୦୧୨ ଜାନୁଆରି ୯ ତାରିଖରେ ପୀଡ଼ିତା ପରିବାରଙ୍କ ପକ୍ଷରୁ ଦିଆଯାଇଥିବା ଏତଲା ରୁଜୁ ହୋଇଥିଲା। ସରକାର ଏ ମାମଲାକୁ ଠିକ୍‌ ଭାବରେ ପରିଚାଳନା କରିବାରେ ସ˚ପୂର୍ଣ୍ଣ ବିଫଳ ହୋଇଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ହିମା˚ଶୁ ଲେଙ୍କା, ଅର୍ଚ୍ଚନା ନନ୍ଦୀ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର