ଭୁବନେଶ୍ବର/ଭଦ୍ରକ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍ ପାଳିତ ହେଉଛି। ଏଥିଲାଗି ସମୂହ ନମାଜ ପାଠ ଓ ଇଦ୍ ମିଲନ ଅନୁଷ୍ଠିତ ହେଉଛି।। ଭଦ୍ରକର ଇଦଗାହା ଠାରେ ସମୂହ ନମାଜ ପାଠ ଓ ଇଦ୍ ମିଲନ ହୋଇଛି। ଏଥିରେ ହଜାର ହଜାର ମୁସଲିମ ଭକ୍ତ ନମାଜ ପାଠରେ ସାମିଲ ହୋଇଥିଲେ। ଏଥିରେ ଜିଲ୍ଲାର ସବୁ ଦଳର ବରିଷ୍ଠ ରାଜନେତା, ପୁଲିସ ଓ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ।
/sambad/media/post_attachments/wp-content/uploads/2024/04/IB-2-1024x461.jpg)
ଏଣେ ଇଦ ପାଳନ କରିବା ସହ ପ୍ରଚାର କରିବା ପାଇଁ ଯଦୁପୁର ମସଜିଦରେ ପହଞ୍ଚିଥିଲେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା। ନମାଜରେ ସାମିଲ ହେବା ସହ ସ୍ଥାନୀୟ ଅଞ୍ଚଳର ମୁସଲମାନ ପରିବାର ସହ ଆଲୋଚନା କରିଥିଲେ। କଟକରେ ବି ଇଦ୍ ଧୁମଧାମରେ ପାଳିତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/IB-2-1.jpg)