ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୁଲିସ ଲୁହା ପାଣି ପାଇପ୍ ଚୋରା ଚାଲାଣ କରୁଥିବା ଏକ ଟ୍ରକକୁ ଶୁକ୍ରବାର ଜବତ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ୮ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରା ଯାଉଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ହରଭଙ୍ଗା ବ୍ଲକ ବାସିନ୍ଦାଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାପାଇଁ ଏଲଏଣ୍ତଟି କମ୍ପାନୀ ପକ୍ଷରୁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ପାଣି ଯୋଗାଣ ପାଇଁ ରାସ୍ତାକଡ଼ରେ ଶହ ଶହ ସଂଖ୍ୟାରେ ଓଜନିଆ ଲୁହା ପାଣି ପାଇପ୍ ଗଚ୍ଛିତ ରଖାଯାଇଛି।

Advertisment

ତେବେ ଚାରିଛକଛତ୍ରଙ୍ଗ ରାସ୍ତାକଡ଼ରୁ ଗତ ଗୁରୁବାର ରାତିରେ ଏକ ଟାଟା ୧୫୧୨ ଗାଡ଼ିରେ (ନମ୍ବର ସିଜି ୧୦ବି ଏଚ ୨୮୪୪) ପ୍ରାୟ ୧୫ରୁ ୨୦ ଖଣ୍ତ ପାଇପ୍ ଚୋରାଚାଲାଣ ହେଉଥିବା ଜଣାପଡ଼ିଥିଲା। ଏ ସର୍ମ୍ପକରେ ପୁରୁଣାକଟକ ପୁଲିସ ଖବର ପାଇ ଗାଡ଼ିଟିକୁ ତେଇସି ମାଇଲଠାରୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୮ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ଛତିଶଗଡ଼, ବିହାର ଓ ଝାଡ଼ଖଣ୍ତର ଯୁବକ ରହିଥିବା କୁହାଯାଉଛି। ଏହି ଘଟଣାରେ କମ୍ପାନୀର କିଛି କର୍ମଚାରୀଙ୍କ ହାତଥିବା ମଧ୍ୟ ସନ୍ଦେହ କରାଯାଉଛି। ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ କରୁଛି।