ମାଟିତଳୁ ମିଳିଲା ୭ ଝୁଡ଼ି କଉଡ଼ି

ରଣପୁର: ରଣପୁର ବ୍ଲକ୍‌ ଅନ୍ତର୍ଗତ ତାଳକଣି ପଞ୍ଚାୟତ ଅଧୀନ ନଚ୍ଛିପୁର ଗାଁ’ରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଏହି ଗାଁ’ ର ଜଣଙ୍କ ନୂଆ ଘର ନିଅଁ ଖୋଳାଯାଉଥିବା ସମୟରେ ମାଟି ତଳୁ ୭ ଝୁଡ଼ିରୁ ଅଧିକ କଉଡ଼ି ମିଳିଥିବା ଜଣାଯାଇଛି।

ଖବର ନେବାରେ ଜଣାଯାଇଛି ନଚ୍ଛିପୁର ଗାଁ’ର ନାରାୟଣ ସାହୁଙ୍କ ପୂରୁଣା ଘର ଭାଙ୍ଗି ନୂଆ ଘର ନିର୍ମାଣ ନିମନ୍ତେ ନିଅଁ ଖୋଳା ହେଉଥିଲା। ୪ ଫୁଟ ମାଟି ଖୋଳା ହେବା ପରେ ମାଟିର ଏକ ବଡ଼ ହାଣ୍ତି ବାହାରିଥିଲା। ଏହି ହାଣ୍ତିରୁ ୭ ଝୁଡିରୁ ଅଧିକ କଉଡି ବାହାରିଥିଲା।

ଅପରପକ୍ଷରେ, ପୁରାତନ କାଳରେ ଏହି କଉଡ଼ିକୁ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଖର୍ଚ୍ଚ ପାଇଁ ବ୍ୟବହାର କରୁଥିଲେ। ମାଟିତଳୁ କଉଡ଼ି ବାହାରିବା ନେଇ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର