କନ୍ଧମାଳରେ ଲଜ୍ୟା: ସାମ୍ବାଦିକ ସମ୍ମିଳନୀରେ ଏସ୍‌.ପି କହିଲେ ୮ ମାସ ତଳେ ଦୁଷ୍କର୍ମର ଶିକାର ହୋଇଥିଲା ନାବାଳିକା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗ୍ରୀନବାଡ଼ି ଠାରେ ଥିବା ସରକରି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ଏସ.ପି ପ୍ରତୀକ ସିଂ ଶନିବାର ଏକ ସାମ୍ବାଦିକ ସମ୍ବିଳନୀରେ କହିଛନ୍ତି, ୭/୮ ମାସ ପୂର୍ବେ ଗାଁର ଏକ ଚର୍ଚ୍ଚ ନିକଟରେ ଯୁବକ ଜଣକ ତାକୁ ଦୁଷ୍କର୍ମ କରିଥିଲା କିନ୍ତୁ ଛାତ୍ରୀ ଜଣକ କାହାରିକୁ କହିନଥିଲା। ଏଣୁ ସକାଳୁ ସକାଳୁ ଏଭଳି ଘଟଣା ଘଟିଲା ପୁଲିସ ଶୁଣିବା ପରେ ସାଙ୍ଗେ ସଙ୍ଗେ ପୁଲିସ ସ୍କୁଲରେ ପହଂଚି ଥିଲା କିନ୍ତୁ ଛାତ୍ରୀ ଜଣକ ସେହି ସମୟରେ ଛାତ୍ରୀକୁ ବାଲିଗୁଡା ମେଡିକାଲକୁ ନିଆଯାଇ ସାରିଥିଲା। ତଦନ୍ତ ଚାଲୁ ରହିଛି ଛାତ୍ରୀ ଜଣକୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ। ଆଇନ ଅନୁଯାଇ ସମସ୍ତ କାର୍ଯ୍ୟ କରାଯିବ। ଏହି ମାମଲାରେ ଜିଲ୍ଲାପାଳ ୮ ଜଣଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଆଜି ସକାଳୁ ସକାଳୁ ଏହି ଖବର ପ୍ରସାର ପରେ ସହ ସହ ଲୋକ ସ୍କୁଲ ସମ୍ମୁଖରେ ରୁଣ୍ଡ ହୋଇଥିଲେ। ଧୀରେ ଧୀରେ ଉତେଜନା ବଢ଼ିଥିଲା। ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏ ନେଇ ଦାରିଙ୍ଗବାଡି ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତ ଶ୍ରବଣ କୁମାର ପ୍ରଧାନକୁ ଗିରଫ କରି ପଚରା ଉଚରା ଜାରି ରଖିଛି। ଦୁଃଖର ବିଷୟ ଯେ, ରବିବାର ଥିବାରୁ ଘଟଣାର ତଦନ୍ତ କରିବା ପାଇଁ କୌଣସି ଅଧିକାରୀ ପହଂଚି ନାହାନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ

ଜିଲ୍ଲାପାଳ ଡ଼. ବୃନ୍ଦା ଡି ସ୍କୁଲର ନଅ ଜଣ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସ୍କୁଲର ତିନି ଜଣ ସହକାରୀ ସୁପରଟେଣ୍ଡେଟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେହିପରି ଦୁଇ ଜନ ମେଟ୍ରୋନ ସୌଦାମିନୀ ସିଂ ଓ ମଞ୍ଜଲା ଡିଗାଲ, ଜଣେ ଏନଏମ ଶୈବଳିନୀ ପ୍ରଧାନ କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରିଣୀ ଚାରୁଲତା ମଳିକ ଦୁଇ ସି.ସି.ଏ ସୁମିତ୍ରା ମାଝୀ ଓ ରଶ୍ମି ପ୍ରଧାନ ଓ ଜଣେ ଓ୍ଵାର୍ଡନ ଲତା ପ୍ରଧାନକୁ କାର୍ଯ୍ୟରୁ ବହିଷ୍କୃାର କରିଛନ୍ତି। ମୋଟ ତିନି ଜଣ ନିଲମ୍ବିତ ହୋଇଥିବା ବେଳେ ୬ ଜଣ କର୍ମଚାରୀ କାର୍ଯ୍ୟରୁ ବହିସ୍କୃତ ହୋଇଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରାଧାରାଣୀ ଦଳାଇଙ୍କୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥିବା ନେଇ ଜିଲ୍ଲାପାଳ ଡି ବୃନ୍ଦା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର