ରାମଚନ୍ଦ୍ରପୁର : ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପୁରୁଣାବାନ୍ଧଗୋଡ଼ା ଗାଁ ନିକଟରୁ ରାତି ପ୍ରାୟ ୯ଟା ସମୟରେ ବେଆଇନ ଗୋ ଚାଲାଣ ଅଭିଯୋଗରେ ବଜରଙ୍ଗ ଦଳ କର୍ମୀ (ଓଡି-୦୪-ଏ-୭୯୩୫) ନମ୍ବର ବିଶିଷ୍ଟ ଏକ ଟାଟା ଏସି ଗାଡ଼ି ଅଟକାଇ ୮ଟି ଗୋରୁ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ନଛିପୁରା ଗ୍ରାମର ନାଥ ପାତ୍ର (୬୮) ଏବଂ ତେଲିବେଡ଼ାର ଅଙ୍କୁର ବାରିକ (୩୦)ଙ୍କୁ ଅଟକ ରଖାଯାଇଥିଲା। ଖବର ପାଇ ରାମଚନ୍ଦ୍ରପୁର ଥାନା ଏସ୍ଆଇ ଚିତ୍ରଗୁପ୍ତ ଚମ୍ପିଆ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା କରୁଛନ୍ତି।
ରାମଚନ୍ଦ୍ରପୁର : ବେଆଇନ ଗୋଚାଲାଣ ବେଳେ ୮ ଗୋରୁ ଉଦ୍ଧାର
/sambad/media/post_attachments/wp-content/uploads/2021/04/ramachandrapur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)