୨ ବର୍ଷରେ ୮ଟି ପରୀକ୍ଷା ଦେବେ ଏକାଦଶ-ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଯୁକ୍ତ ୨ ପାଠପଢ଼ା ଓ ପରୀକ୍ଷା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନେ ଚଳିତ ଶିକ୍ଷା ବର୍ଷରେ ୭୦ ପ୍ରତିଶତ ସିଲାବସର ପାଠ ପଢ଼ିବେ।

ସିଏଚ୍‌ଏସ୍‌ଇର ନିଷ୍ପତ୍ତି ଅନୁସାରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ ହେବ। ଏକାଦଶ ଶ୍ରେଣୀରେ ୩ଟି ଇଣ୍ଟରନାଲ ଓ ଗୋଟିଏ ବାର୍ଷକ ପରୀକ୍ଷା ହେବ। ଏହି ପରୀକ୍ଷାକୁ କଲେଜ କର୍ତ୍ତୃପକ୍ଷ ପରିଚାଳନା କରିବ। ସେହିଭଳି ଦ୍ୱିତୀୟ ବର୍ଷ ପାଇଁ ୩ଟି ଇଣ୍ଟରନାଲ ପରୀକ୍ଷା ହେବ। ଶେଷ ପରୀକ୍ଷାକୁ ସିଏଚ୍‌ଏସ୍‌ ପରିଚାଳନା କରିବ। ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଉପରେ ସରକାର ନିଷ୍ପତ୍ତି ନେବେ।

ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲା ମୋଟ ୮ଟି ପରୀକ୍ଷା ଦେବେ। ପ୍ରଥମ ଇଣ୍ଟରନାଲ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନ ଦ୍ୱିତୀୟ ଇଣ୍ଟରନାଲରେ ପଡ଼ିବ ନାହିଁ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କମିବ ୩୦ ପ୍ରତିଶତ ସିଲାବସ୍‌। ଯଦି କୌଣସି ପ୍ରକାରରେ ପରୀକ୍ଷାରେ ଅସୁବିଧା ହୋଇଥାଏ, ତେବେ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ରେଜଲ୍ଟ ପ୍ରକାଶ ପାଇବ। ଅର୍ଥାତ ନିରନ୍ତର ମୂଲ୍ୟାୟନ ପଦ୍ଧତି ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର