ଓଡ଼ିଶାରେ ଆଜି ପହଞ୍ଚିବ ୮ ଶ୍ରମିକ ଟ୍ରେନ୍‌

ଭୁବନେଶ୍ବର : ‌ପୂର୍ବ ସୂଚନା ଅନୁଯାୟୀ ଓଡ଼ିଶାରେ ଆଜି ୧୧ଟି ଟ୍ରେନ୍‌ ପହଞ୍ଚିଛି। ତେଲେଙ୍ଗାନାର ଲିଙ୍ଗାମପଲ୍ଲିରୁ ବଲାଙ୍ଗୀରକୁ ସର୍ବାଧିକ ୪ଟି ଟ୍ରେନ୍‌ ଆସିଛି। ଏହାବ୍ୟତୀତ ଲିଙ୍ଗାମପଲ୍ଲିରୁ ନୂଆପଡ଼ା ରୋଡ, କେରଳର କଲିକଟରୁ ସମ୍ବଲପୁର, କେରଳର ଏର୍ଣ୍ଣାକୁଲମ୍‌ରୁ ଖୋର୍ଧାରୋଡ, କେରଳର କନ୍ନୁରରୁ ଖୋର୍ଧାରୋଡ, ହରିୟାନାର ଗୁରୁଗ୍ରାମରୁ ବାଲେଶ୍ବର, ତେଲେଙ୍ଗାନାର ଘ‌ଟକେଶ୍ବରରୁ ନୂଆପଡ଼ା ରୋଡ ଓ ବଲାଙ୍ଗୀରକୁ ଗୋଟିଏ ଲେଖାଏ ଟ୍ରେନ୍‌ ଆସିଛି। ଏହି ଟ୍ରେନ୍‌ଗୁଡ଼ିକରେ ୧୩ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଆସିଛନ୍ତି। ଏହାବ୍ୟତୀତ ଶୁକ୍ରବାର ଓଡ଼ିଶାକୁ ଆଉ ୮ଟି ଟ୍ରେନ୍‌ ଆସିବାର ସମ୍ଭାବନା ରହିଛି। ଏହି ଟ୍ରେନ୍‌ଗୁଡ଼ିକ ଦେଶର ବିଭିନ୍ନ ଷ୍ଟେସନରୁ ଆଜି ଛାଡ଼ିଛି।

ବେଙ୍ଗାଲୁରୁରୁ ବାଲେଶ୍ବରକୁ ଦୁଇଟି ଟ୍ରେନ୍‌ ଆସିବାକୁ ଥିବା ବେଳେ ତାମିଲନାଡ଼ୁର ତିରୁପୁରରୁ ରାଉରକେଲା, କେରଳର କଲ୍ଲିକଟରୁ ରାଉରକେଲା, ଏର୍ଣ୍ଣାକୁଲମ୍‌ରୁ ଖୋର୍ଧାରୋଡ, ତାମିଲନାଡ଼ୁର ତିରୁପୁରରୁ ବାଲେଶ୍ବର, କେରଳର ତିରୁରରୁ ନିର୍ଗୁଣ୍ତିକୁ ଗୋଟିଏ ଲେଖାଏ ଟ୍ରେନ୍‌ ଆସିବ। ମେ’ ୩ ସୁଦ୍ଧା ଓଡ଼ିଶାକୁ ୧୭୩ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଆସିଛି। ଜୁନ୍‌ ୧ରୁ ୩ ସୁଦ୍ଧା ୨୦ଟି ଟ୍ରେନ୍‌ ଓଡ଼ିଶାରେ ଆସି ପହଞ୍ଚିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର