ରାଉରକେଲା : ରାଉରକେଲା ଷ୍ଟେସନରୁ ୮ ନାବାଳକଙ୍କୁ ଉଦ୍ଧାର କରିଛି ରେଳବାଇ ପୁଲିସ ଓ ଚାଇଲ୍ଡ ଲାଇନ୍ ଟିମ୍। ଜଣେ ଦଲାଲ ଏମାନଙ୍କୁ ସାଉଥ ବିହାର ଏକ୍ସପ୍ରେସ୍ରେ ବିହାରରୁ ରାୟପୁର ଚାଲାଣ କରୁଥିଲେ। ଉଦ୍ଧାର ହୋଇଥିବା ନାବାଳକଙ୍କୁ ବିଶ୍ରାସ୍ଥିତ ଚାଇଲ୍ଡ ଲାଇନ ଦିଶାରେ ରଖାଯାଇଛି। ଘଟଣାସ୍ଥଳରୁ ଦଲାଲ ଫେରାର ହୋଇଯାଇଛି। ରେଳବାଇ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ମୁତାବକ ରାଜେନ୍ଦ୍ରନଗର-ଦୁର୍ଗ ସାଉଥ ବିହାର ଏକ୍ସପ୍ରେସ୍ରେ ଜଣେ ଦଲାଲ କିଛି ନାବାଳକଙ୍କୁ କାମ କରିବାକୁ ଛତିଶଗଡ ରାୟପୁରକୁ ନେଇ ଯାଉଥିବା ସୂଚନା ମିଳିଥିଲା। ଦିନ ପ୍ରାୟ ୧୧ଟାରେ ସାଉଥ ବିହାର ଏକ୍ସପ୍ରେସ୍ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ରେଳବାଇ ଥାନା, ଆର୍ପିଏଫ୍ ଓ ଚାଇଲ୍ଡ ଲାଇନ ଟିମ୍ ଟେନ୍ରେ ତଲାସି ଆରମ୍ଭ କରିଥିଲେ। ଡି-୨ କୋଚ୍ରୁ ୮ ଜଣ ନାବାଳକଙ୍କୁ ଉଦ୍ଧାର କରିଥିଲେ। ଥାନାରେ ପଚରାଉଚୁରା କରିବାରକୁ ନାବାଳକମାନେ ସେମାନଙ୍କ ଘର ବିହାର ଭାଗଲପୁର ବୋଲି କହିଛନ୍ତି। ପରେ ଥାନା ପକ୍ଷରୁ ନାବାଳକଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ଚାଇଲ୍ ଲାଇନ ପକ୍ଷରୁ ସେମାନଙ୍କ ପରିବାରକୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି। ପରିବାର ଲୋକ ପହଞ୍ଚିବା ପରେ ନାବାଳକଙ୍କୁ ହସ୍ତାନ୍ତର କରାଯିବ ବୋଲି ଚାଇଲ୍ଡ ଲାଇନ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/a27389ce-bc7d-4a29-b070-719bb0e21f19.jpg)