ମୟୂରଭଞ୍ଜ : ଆଜି ସୁସ୍ଥ ହୋଇ ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରୁ ଫେରିଲେ ୮

ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୧୨, ସକ୍ରିୟ ସଂଖ୍ୟା ୩୨ ଓ ମୃତ୍ୟୁ ସଂଖ୍ୟା ୦୧

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଆଜି କୌଣସି ନୂଆ ପଜିଟିଭ ଚିହ୍ନଟ ହୋଇନଥିବା ସମୟରେ ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ଚିକିତ୍ସାଧୀନ ବ୍ୟକ୍ତିମାନଙ୍କ ମଧ୍ୟରୁ ୮ ଜଣ ସୁସ୍ଥ ହୋଇ ଫେରିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଏଥି ସହିତ ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ସଂଖ୍ୟା ୧୪୫ରେ ରହିଥିବା ବେଳେ ସକ୍ରିୟ ସଂଖ୍ୟା ୩୨ ଏବଂ ଜୁନ ୨୨ ସୁଦ୍ଧା ଜିଲ୍ଲାରେ ୧୧୨ ଜଣ ସୁସ୍ଥ ହୋଇ ଫେରିଥିବାର ଜଣାପଡ଼ିଛି । ଏଥି ସହିତ କଟକ କୋଭିଡ଼ ହପିଟାଲରେ ଚିକିତ୍ସାଧୀନ ରହିଥିବା ଜଣେ ୬୦ ବର୍ଷ ବୟସର କରୋନା ପଜିଟିଭ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଯିଏକି, କର୍କଟ ରୋଗରେ ପୀଡ଼ିତ ଥିଲେ ଓ ଅସ୍ତ୍ରୋପଚାର ପରେ ଜଟିଳତା କାରଣରୁ ତାଙ୍କର ଦେହାନ୍ତ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ପ୍ରକାଶ ଥାଉକି, ଗତ ଜୁନ ୧୮ରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା କୋଭିଡ଼-୧୯ ସମ୍ପର୍କିତ ସୂଚନାରେ ସକ୍ରିୟ ଓ ସୁସ୍ଥ ମଧ୍ୟରେ ଗୋଟାଏ ସଂଖ୍ୟା କମ୍ ରହିଆସୁଥିଲା । ଏବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣକର ମୃତ୍ୟୁ ହୋଇଥିବାର ସୂଚନା ମିଳିଥିଲା ।

ସମ୍ବନ୍ଧିତ ଖବର