ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍‌ରେ ଆଉ ୮ ଆର୍‌ଟିଓ

କଟକ : ରାଜ୍ୟ ପରିବହନ ବିଭାଗ ରାଜ୍ୟର ୮ଟି ଆର୍‌ଟିଓ ( ଆଞ୍ଚଳିକ ପରିବହନ କାର୍ଯ୍ୟ‌ାଳୟ)ରେ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ୍ ସିଷ୍ଟମ ପ୍ରଣୟନ କରିଛି। ମାଲକାନଗିରି, ବୌଦ୍ଧ, ଗଜପତି, ନବରଙ୍ଗପୁର, ଫୁଲବାଣୀ, ରାୟଗଡ‌ା, ବ‌ାରିପଦା ଏବଂ ଚଣ୍ଡିଖୋଲକୁ ଏଥିରେ ସାମିଲ କରାଯାଇଛି।

ଏହି ‌ଯୋଜନାରେ କମ୍‌ ସମୟ ଅପେକ୍ଷା କରିବାକୁ ପଡ଼ିଥାଏ। ସ୍ମାର୍ଟ ଡିସପ୍ଲେରୁ ଗ୍ରାହକ ତାଙ୍କର ଆନୁମାନିକ ଅପେକ୍ଷା ସମୟ ଜାଣିପାରିଥାନ୍ତି। ଫଳରେ ଜଣକୁ ଧାଡ଼ିରେ ଠିଆ ହେବାକୁ ପଡ଼ିବନାହିଁ। ଏହା ଗ୍ରାହକ ସନ୍ତୁଷ୍ଟିକୁ ସୁନିଶ୍ଚିତ କରିଥାଏ। ଲାଇସେନ୍ସ ପ୍ରଦାନ, ଯାନ ପଞ୍ଜୀକରଣ, ଟିକସ ଦେୟ ପ୍ରକ୍ରିୟାକୁ ସରଳ ଓ ଦ୍ରୁତ ଗତିରେ ଟ୍ରାକ୍ କରିଥାଏ ବୋଲି ପରିବହନ ବିଭାଗର ଅତିରିକ୍ତ କମିସନର ଧନଞ୍ଜୟ ସେନାପତି କହିଛନ୍ତି। ୧୫ଟି ଆର୍‌ଟିଓରେ ୨.୧୮ କୋଟି ଟଙ୍କା ପ୍ରାରମ୍ଭିକ ବିନିଯୋଗ କରାଯାଇ ଏହି ସୁବିଧା କାର୍ଯ୍ୟକାରୀ କରାଯାଇଥିଲା। ପ୍ରଥମେ ଭୁବନେଶ୍ବର ପରେ କଟକ, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଗଂଜାମ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ଢେଙ୍କାନାଳ, କେନ୍ଦୁଝର, ବରଗଡ, ଝାରସୁଗୁଡା, ଦେଓଗଡ ଓ ସୋନପୁରରେ ଏହା ପ୍ରଚଳନ ହୋଇଥିଲା। ଆହୁରି ୧୨ଟି ଆର୍‌ଟିଓରେ ଏହି କାର୍ଯ୍ୟ ଚାଲିଛି।

ସମ୍ବନ୍ଧିତ ଖବର