ଭୁବନେଶ୍ବର : ରାଜ୍ୟ ସରକାର ଗୁରୁବାର ଦିନ ୮ ଜଣ ଓଏଏସ୍ ଅଧିକାରୀଙ୍କର ବଦଳି କରିଛନ୍ତି। ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ବିଭୂତିଭୂଷଣ ମିଶ୍ରଙ୍କୁ କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ କାର୍ଯ୍ୟାଳୟରେ ଅତିରିକ୍ତ କମିସନର୍(ବନ୍ଦୋବସ୍ତ), ଗଜପତି ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ବର ଚନ୍ଦ୍ର ନାୟକଙ୍କୁ ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ, ଓଏମ୍ସିର ଆଞ୍ଚଳିକ ପ୍ରବନ୍ଧକ ରୋମଞ୍ଚଳ ଖମାରୀଙ୍କୁ ଗଜପତି ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, କେନ୍ଦୁଝର ଡେପୁଟି ଜିଲ୍ଲାପାଳ ସୋନା ଟୁଡ଼ୁଙ୍କୁ କେନ୍ଦୁଝରର ଅତିରିକ୍ତ ଉପଜିଲ୍ଲାପାଳ, କେନ୍ଦୁଝରର ଆନନ୍ଦପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କୁ ଯାଜପୁର ଉପଜିଲ୍ଲାପାଳ, ଯାଜପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ଆନନ୍ଦନପୁର ଉପଜିଲ୍ଲାପାଳ, ସଂସ୍କୃତି ବିଭାଗର ଉପସଚିବ ସଞ୍ଜୟ କୁମାର ମିଶ୍ରଙ୍କୁ ଖଦୀ ବୋର୍ଡର ଉପସଚିବ ଏବଂ ରାଜସ୍ବ ପର୍ଷଦର ଉପସଚିବ ପ୍ରଭାତ କୁମାର ସାହୁଙ୍କୁ ଶିଶୁ ଅଧିକାର ସୁରକ୍ଷା କମିସନ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି।
୮ ଓଏଏସ୍ ଅଧିକାରୀଙ୍କ ବଦଳି
/sambad/media/post_attachments/wp-content/uploads/2019/12/secretariate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)