ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଆଜି ଏକ ‌ଛୋଟ ଧରଣର ଅଦଳବଦଳ କରିଛନ୍ତି। ମୋଟ୍‌ ୮ ଜଣ ଅଫିସର୍‌ଙ୍କର ବଦଳି ହୋଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଗତ ୩୧ ତାରିଖରେ ହୋଇଥିବା ବଦଳିକୁ ବାତିଲ୍‌ କରାଯାଇ ନୂଆ ଜାଗାରେ ନିଯୁକ୍ତି ଦିଆଯାଇଛି।

ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳସଚିବ କିଶୋର ଚନ୍ଦ୍ର ଦାସଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ, ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀଙ୍କର ଯୁଗ୍ମ ନିର୍ବାଚନ ଅଧିକାରୀ, ସାଧାରଣ ପ୍ରଶାସନ ବିଭାଗର ଉପସଚିବ ଲୋକନାଥ ଦଳବେହେରାଙ୍କୁ ଗଜପତି ଜିଲ୍ଲାର ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ), ସାଧାରଣ ପ୍ରଶାସନ ବିଭାଗର ଅନ୍ୟତମ ଉପ ସଚିବ ଶକ୍ତିକାନ୍ତ ରାୟଙ୍କୁ ଖୋର୍ଦ୍ଧା ଜିଲ୍ଲାର ଡିଆର୍‌ଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ଏବଂ ହିଞ୍ଜିଳିକାଟୁ ତହସିଲ୍‌ଦାର ଗୋପୀନାଥ କୁଅଁରଙ୍କୁ ଯାଜପୁର ଜିଲ୍ଲା ଡିଆର୍‌ଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ଭାବେ ନିଯୁକ୍ତି ଦିଆଯାଇଛି।

ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଶୁଭ୍ରା ମହାନ୍ତିଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ତାଙ୍କର ମହିଳା ଓ ଶିଶୁ କଳ୍ୟାଣ ବିଭାଗକୁ ହୋଇଥିବା ବଦଳିକୁ ବାତିଲ କରାଯାଇଛି। ଖଦି ବୋର୍ଡର ଉପ ସଚିବ ରେଣୁପ୍ରଭା ନାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ତାଙ୍କର ଜଙ୍ଗଲ ଓ ପରିବେଶ ବିଭାଗକୁ ହୋଇଥିବା ବଦଳିକୁ ବାତିଲ କରାଯାଇଛି। ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ଯୁଗ୍ମ ସଚିବ ପୁରନ୍ଦର ଧାରୁଆଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହୋଇଥିବା ବଦଳିକୁ ବାତିଲ କରାଯାଇଛି। ସେ ପୂର୍ବ ପରି ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର