ଆଜି ପହଞ୍ଚିବ ୮ ପ୍ରବାସୀ ଟ୍ରେନ୍

ଭୁବନେଶ୍ବର : ଓଡ଼ିଶାକୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ଜାରି ରହିଛି। ମେ’ ୩୧ ସୁଦ୍ଧା ୧୭୮ଟି ଟ୍ରେନ୍‌ରେ ୨ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶାକୁ ଆସିଥିବା ବେଳେ ଆଜି ଆଉ ଦୁଇଟି ଟ୍ରେନ୍‌ ବାଲେଶ୍ବରରେ ପହଞ୍ଚିଛି। ତାମିଲନାଡ଼ୁର ତିରୁପୁର ଓ ଗୁଜରାଟର ଗାନ୍ଧୀଧାମରୁ ଗୋଟିଏ ଲେଖାଏଁ ଟ୍ରେନ୍‌ ବା‌ଲେଶ୍ବରରେ ଆସି ଲାଗିଛି। ଏଥିସହ ଓଡ଼ିଶା ଅଭିମୁ‌ଖେ ଆଉ ୮ଟି ଟ୍ରେନ୍‌ ବାହାରିଛି। କେରଳର ଏର୍ଣ୍ଣାକୁଲମ୍‌ରୁ ଖୋର୍ଧା ରୋଡ୍‌କୁ ଦୁଇଟି ଟ୍ରେନ୍‌ ଆସୁଥିବା ବେଳେ ବେଙ୍ଗାଲୁରୁରୁ ବାଲେଶ୍ବର, ତାମିଲନାଡ଼ୁର ତିରୁଚିପାଲ୍ଲିରୁ ବାଲେଶ୍ବର, ହରିୟାଣାର ଗୁରୁଗ୍ରାମରୁ ବାଲେଶ୍ବର, ତେଲେଙ୍ଗାନାର ନାଗାପଲ୍ଲି ଓ କରିମ୍‌ନଗରରୁ ଗୋଟିଏ ଲେଖାଏଁ ଟ୍ରେନ୍‌ ବଲାଙ୍ଗୀର ଅଭିମୁ‌ଖେ ବାହାରିଛି। ସେହିପରି ତେଲେଙ୍ଗାନାର କରିମ୍‌ନଗରରୁ ଆଉ ଏକ ଟ୍ରେନ୍‌ ନୂଆପଡ଼ା ରୋଡ୍‌କୁ ଆସୁଛି। ଏହି ୮ଟି ଟ୍ରେନ୍‌ରେ ପ୍ରାୟ ୧୦ ହଜାର ପ୍ରବାସୀ ଓଡ଼ିଶା ଆସୁଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର