କଟକ : ଓଡ଼ିଶା ପୁଲିସ୍ରେ କାର୍ଯ୍ୟରତ ୮ଜଣ ଡିଏସ୍ପିଙ୍କୁ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି ମିଳିଛି। ପଦୋନ୍ନତି ଭିତ୍ତିରେ ଗଞ୍ଜାମ ପିସିଆର୍ ସେଲ୍ ଡିଏସ୍ପି ଉତ୍କଳ କେଶରୀ ଦାସ ସୋନପୁରକୁ, ନୂଆପଡ଼ା ଖରିଆର ଏସ୍ଡିପିଓ ବିରଞ୍ଚି ପ୍ରସାଦ ଦେହୁରୀ କେନ୍ଦୁଝରକୁ, ଅନୁଗୁଳ ଆଇଏଏଚ୍ଟିୟୁ ଡିଏସ୍ପି ବିଜୟ କୁମାର ନନ୍ଦ କଳାହାଣ୍ତିକୁ, କମିସନରେଟ୍ ଏସିପି ସୁଯୋଗ୍ୟ କୁମାର ମିଶ୍ରଙ୍କୁ ମୟୂରଭଞ୍ଜକୁ, କମିସନରେଟ୍ ଏସିପି ଯତୀନ୍ଦ୍ର କୁମାର ପଣ୍ତା ଭଦ୍ରକକୁ ବଦଳି ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଭିଜିଲାନ୍ସ ଡିଏସ୍ପି ର˚ଜନ କୁମାର ଦାସ, ଡିଏସ୍ପି ତ୍ରିଲୋଚନ ସ୍ବାଇଁ, ଗୁଇନ୍ଦା ଡିଏସ୍ପି ଆନନ୍ଦ ଚନ୍ଦ୍ର ପତି ପଦୋନ୍ନତି ପାଇବା ପରେ ନିଜ ବିଭାଗରେ କାର୍ଯ୍ୟ କରିବେ। ଅନ୍ୟପକ୍ଷରେ ବାଲେଶ୍ବର ମୁଖ୍ୟାଳୟ ଡିଏସ୍ପି ରବୀନ୍ଦ୍ର କୁମାର ସେଠୀଙ୍କୁ କଳାହାଣ୍ତିକୁ, କେନ୍ଦ୍ରାପଡ଼ା ମୁଖ୍ୟାଳୟ ଡିଏସ୍ପି ଶୁଭେନ୍ଦୁ କୁମାର ସିହ୍ନା ନୟାଗଡ଼କୁ ଏବ˚ ନୟାଗଡ଼ ଏସ୍ଡିପିଓ ନିର˚ଜନ ପାଢୀଙ୍କୁ କନ୍ଧମାଳ ମୁଖ୍ୟାଳୟକୁ ବଦଳି କରାଯାଇଛି।
୮ ଡିଏସ୍ପିଙ୍କୁ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି
/sambad/media/post_attachments/wp-content/uploads/2019/12/Odisha-Police.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)