ପଶ୍ଚିମବଙ୍ଗରେ ଲକ୍‌ଡାଉନ୍ ପାଇଁ ୮ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ପଶ୍ଚିମବଙ୍ଗ ସରକାର ଜୁଲାଇ ୨୫ ଓ ୨୯ତାରିଖରେ ସାରା ରାଜ୍ୟରେ ସଂପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଥିବାରୁ ଏହାକୁ ନଜରରେ ରଖି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ୮ ଟ୍ରେନ୍‌ ଚଳାଚଳକୁ ବାତିଲ୍‌ କରିବା ସହ କେତେକ ଟ୍ରେନ୍‌କୁ ଆଂଶିକ ବାତିଲ୍‌ ଓ ରହଣି ଅପସାରଣ କରିଛନ୍ତି।

ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଟ୍ରେନ୍‌ ନଂ ୦୨୨୦୧/୦୨୨୦୨ ସିଆଲଦା-ଭୁବନେଶ୍ୱର-ସିଆଲଦା (କୋଲକାତା‌) ଦୁରନ୍ତ ସ୍ୱତନ୍ତ୍ର ଟ୍ରେନ ସିଆଲଦା ଠାରୁ ଜୁଲାଇ ୨୭ (ସୋମବାର) ଦିନ ଏବଂ ଭୁବନେଶ୍ୱରରୁ ଜୁଲାଇ ୨୮ରେ (ମଙ୍ଗଳବାର) ଦିନ ବାତିଲ ହେବ।

ସେହିପରି ୦୨୦୭୪/୦୨୦୭୩ ଭୁବନେଶ୍ୱର-ହାଓଡା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଜୁଲାଇ ୨୫ ଓ ୨୯ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ। ୦୨୨୪୬/୦୨୨୪୫ ଯଶୋବନ୍ତପୁର-ହାଓଡା-ଯଶୋବନ୍ତପୁର ଦୁରନ୍ତ ସ୍ୱତନ୍ତ୍ର ଟ୍ରେନ ଯଶୋବନ୍ତପୁର ଠାରୁ ୨୮ ତାରିଖ ଦିନ ଏବଂ ହାଓଡା ଠାରୁ ୨୯ ତାରିଖ ଦିନ ବାତିଲ ହେବ।

ଏହାବାଦ୍‌ ୦୨୭୦୩/୦୨୭୦୪ ହାଓଡା-ସିକନ୍ଦରାବାଦ-ହାଓଡା ଫଲକନାମା ଏକ୍ସପ୍ରେସ ଜୁଲାଇ ୨୯ରେ ଉଭୟ ଦିଗରୁ ଭୁବନେଶ୍ୱର ଓ ହାଓଡା ମଧ୍ୟରେ ବାତିଲ ହେବ। ଜୁଲାଇ ୨୮ରେ ସିକନ୍ଦରାବାଦରୁ ଛାଡ଼ିବାକୁ ଥିବା ୦୨୭୦୪ ସିକନ୍ଦରାବାଦ-ହାଓଡା ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଭୁବନେଶ୍ୱର ଓ ହାଓଡା ମଧ୍ୟରେ ୨୯ ତାରିଖ ଦିନ ଚଳାଚଳ ବନ୍ଦ ରହିବ।

ଜୁଲାଇ ୨୯ରେ ହାଓଡାରୁ ଛାଡ଼ିବାକୁ ଥିବା ୦୨୭୦୩ ହାଓଡା-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ ହାଓଡା ଓ ଭୁବନେଶ୍ୱର ମଧ୍ୟରେ ବାତିଲ ହେବ ଏବଂ ଏହା ହାଓଡା ପରିବର୍ତ୍ତେ ଭୁବନେଶ୍ୱର ଠାରୁ ଛାଡ଼ି ସିକନ୍ଦରାବାଦକୁ ଯାତ୍ରା କରିବ।

ସେହିପରି ୦୨୮୦୧/୦୨୮୦୨ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଉଭୟ ପାର୍ଶ୍ୱରୁ ଜୁଲାଇ ୨୯ରେ ପୁରୁଲିଆ ଠାରେ ରହଣି କରିବ ନାହିଁ। ସେହିପରି ୦୨୮୨୩/୦୨୮୨୪ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନ ଉଭୟ ପାର୍ଶ୍ୱରୁ ଜୁଲାଇ ୨୯ରେ ହିଞ୍ଜଳି ଠାରେ ରହଣି କରିବ ନାହିଁ ବୋଲି କୁହାଯାଇଛି। ଏହାକୁ ନଜରରେ ରଖି ଯାତ୍ରୀମାନେ ଟ୍ରେନ୍‌ ଯାତ୍ରା କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର