ଯାଜପୁର: ଦଶରଥପୁର ବ୍ଲକର ୮ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ

ଯାଜପୁର: ରାଜ୍ୟର ୮୩ ତମ କରୋନା ସଂକ୍ରମିତ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏହା ପରେ ଜିଲ୍ଲାର ଦଶରଥପୁର ବ୍ଲକର ୮ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ ରଂଜନ କୁମାର ଦାସ । ଏହି ଗାଁ ଗୁଡ଼ିକ ଅକରପଡ଼ା ଓ ଚିତାଲୋ ପଂଚାୟତ ଅଧିନରେ ରହିଛି। ଆସନ୍ତା ମେ’ ମାସ ୫ ତାରିଖ ରାତି ୮ ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ କଟକଣା ଜାରି ରହିବ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଅକରପଡ଼ା ପଂଚାୟତର ମଲ୍ଲିକପୁରର ୬୫ ପରିବାରରେ ଥିବା ୨୦୫ ଜଣ ଲୋକ କଟକଣାରେ ରହିବେ । ସେହିପରି ଅକରପଡ଼ା ଗାଁର ୩୪୪ ପରିବାରରେ ୧୫୦୬ ଜଣ ଲୋକ, ସିଦ୍ଧାର୍ଥପୁର ଗାଁରେ ୧୨୧ଟି ପରିବାରରେ ୫୦୬ ଜଣ ଲୋକ, ଇତାରା ଗାଁରେ ୧୩୯ ପରିବାରରେ ୫୪୮ ଜଣ ଲୋକ, ସାନଡୋଗୋରାରେ ୭୬ଟି ପରିବାରରେ ୩୨୬ ଜଣ ଲୋକ, ବଡ଼ଡୋଗୋରା ଗାଁରେ ୧୫ଟି ପରିବାରରେ ୭୬ ଜଣ ଲୋକ, ଖୁରବିଲ ଗାଁରେ ୫୦ଟି ପରିବାରରେ ୨୦୪ ଜଣ ଲୋକ ଲକଡାଉନରେ ରହିବେ । ସେହିପରି ଚିତାଲୋ ଗାଁର ୬୫ ଟି ପରିବାରରେ ୨୦୫ ଜଣ ଲୋକଙ୍କୁ କଣ୍ଟେମେଣ୍ଟ କଟକଣାରେ ରହିବାକୁ ହେବ ।

କଣ୍ଟେନମେଣ୍ଟ ଜୋନ ଅଂଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଔଷଧ, କ୍ଷୀର, ଗ୍ରୋସରୀ ଓ ପନିପରିବା ଯୋଗାଇ ଦିଆଯିବ । ସଂପୃକ୍ତ ଅଂଚଳର ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର