ଭିକାରି ମୁକ୍ତ ହେବ ଏକ୍ରାମ କ୍ଷେତ୍ର; ବିଏମସି ଓ ବିଡିଏ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ବର:  ଭିକାରି ମୁକ୍ତ ହେବ ଲିଙ୍ଗରାଜ ମନ୍ଦିର । ଏ ନେଇ ବିଏମସି ଓ ବିଡିଏ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କାର୍ଯ୍ୟ ରାଜ୍ୟ ସରକାରଙ୍କ ‘ଏକାମ୍ର’ ଯୋଜନା ଅଧିନରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ  ଦିଗରେ ଏକ ପଦକ୍ଷେପ ।

ଜୀବିକା ପାଇଁ ଲିଙ୍ଗରାଜ ମନ୍ଦିର ପରିସରରେ ଭିକ୍ଷାବୃତ୍ତି କରୁଥିବା ଭିକାରିଙ୍କୁ ଥାଇଥାନ କରିବାକୁ ଏହି ଯୋଜନା କରାଯାଉଛି । ‘ସହାୟ’ ଯୋଜନା ଅଧୀନରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇବାକୁ ପ୍ରୟାସ କରୁଛନ୍ତି ସରକାର । ଭିକାରି ଓ ଭୂମିହୀନମାନଙ୍କୁ ଚିହ୍ନଟ କରିବା ପାଇଁ ବିଏମସି ପୁରୁଣା ଭୁବନେଶ୍ବର ଅଂଚଳରୁ ସର୍ଭେ ଆରମ୍ଭ କରିଛି ।

ଯେଉଁମାନେ ନିଜ ଘରକୁ ଫେରିବାକୁ ଚାହାନ୍ତି ସେମାନଙ୍କୁ ଘରକୁ ପଠାଯିବ ଓ ଯେଉଁମାନେ ଘରକୁ ଯିବାକୁ ଚାହାନ୍ତିନି ସେମାନଙ୍କୁ ବିଭିନ୍ନ ଆଶ୍ରୟ ଗୃହରେ ଥଇଥାନ କରାଯିବ । ଏହି ଭିକାରି ଚିହ୍ନଟ କରିବା ପ୍ରକ୍ରିୟା ପାଇଁ ସରକାର ବିଭିନ୍ନ ଏନଜିଓ ଓ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି ।

ଏକ୍ରାମ କ୍ଷେତ୍ର ପ୍ରକଳ୍ପ ପାଇଁ ପ୍ରାୟ ୯୦ ପ୍ରତିଶତ ଜମି ଅଧିଗ୍ରହଣ କାମ ଶେଷ ହୋଇଛି । ବାକି ଥିବା ଜମି ଅଧିଗ୍ରହଣ କାମ ଆଗାମୀ ଦିନରେ ଶେଷ ହେବ । ଏକାମ୍ର ଯୋଜନା ମାଧ୍ୟମରେ ସରକାର ଲିଙ୍ଗରାଜ ମନ୍ଦିରକୁ ସୌନ୍ଦର୍ଯ୍ୟକରଣ କରିବାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ସମ୍ବନ୍ଧିତ ଖବର