ଭୁବନେଶ୍ବର: ଝାଡ଼ଖଣ୍ଡର ଇସ୍ପାତ ସହର ‘ଜାମସେଦପୁର’ସ୍ଥିତ ରାମାଦା ତାରକା ହୋଟେଲର ପ୍ରଦର୍ଶନୀ କକ୍ଷରେ ଏକ ଉତ୍କୃଷ୍ଟ ମିଳିତ କଳା ପ୍ରଦର୍ଶନୀ ଉଦଘାଟିତ ହୋଇଅଛି। ଓଡ଼ିଶାର ସୁନାମଧନ୍ୟ ପ୍ରତିଷ୍ଠିତ ଚିତ୍ରକର ମାନସ ରଞ୍ଜନ ଜେନାଙ୍କ ଉଦ୍ୟମରେ ଆୟୋଜିତ ଏହି ଏକାମ୍ରମ-୨୦୨୩ ମିଳିତ ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ବିଶିଷ୍ଟ କଳା ପୃଷ୍ଠପୋଷକ ଶକ୍ତି ଶର୍ମା ତଥା ଟାଟା ପରିବାରର ଶ୍ରୀମତୀ ଇରାନୀ। ଏହି ପ୍ରଦର୍ଶନୀରେ ଓଡ଼ିଶାର ବଛା ବଛା ୩୦ ଜଣ ପ୍ରବୀଣ ଓ ତରୁଣ ଶିଳ୍ପୀମାନେ ତାଙ୍କର ଶ୍ରେଷ୍ଠ କଳାକୃତି ଗୁଡ଼ିକୁ ପ୍ରଦର୍ଶିତ କରିଛନ୍ତି। ପ୍ରଦର୍ଶନୀଟି କଳାପ୍ରେମୀ ଦର୍ଶକଙ୍କ ଦର୍ଶନାର୍ଥେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଓଡ଼ିଶାର ଶିଳ୍ପୀକୂଳର ଏହି ଉଦ୍ୟମର ଭୁୟସି ପ୍ରଶ°ସା ହେଉଛି ଓ ଅନେକ ଛବି ଆକର୍ଷଣ ମୂଲ୍ୟରେ ବିକ୍ରି ମଧ୍ୟ ହେଉଛି।
ଏକାମ୍ରମ୍ ‘ପ୍ରଦର୍ଶନୀ’ରେ ୩୦ ଓଡ଼ିଆ ପ୍ରବୀଣ ଓ ତରୁଣ ଶିଳ୍ପୀଙ୍କ କଳାକୃତି ପ୍ରଦର୍ଶିତ
/sambad/media/post_attachments/wp-content/uploads/2023/10/6a7f8a49-123c-4bb8-8073-4c38fc01bd3d.jpeg)