ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ନିର୍ବାଚନ ପରିବର୍ତ୍ତୀ ହିଂସା ଘଟିଛି। ଘରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ୨ରୁ ୪ ଜଣ ଯୁବକ ଘରୁ ଡାକି ଗୁଳିକରି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। ଗୁଳିମାଡ଼ରେ ଗୁରତର ଥିବା ରୂପେଶ ସାହୁ (୨୨ ବର୍ଷ) ରାୟପୁରରେ ଚିକିତ୍ସିତ ହେଉଛନ୍ତି। ନୂଆପଡ଼ା ଏସ୍ଡିପି ଓ ଲଖନା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାନୁସାରେ ଗୁଳିମାଡ଼ରେ ଶିକାର ହୋଇଥିବା ରୂପେଶ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗ୍ରାମର। ସେ ନୂଆପଡ଼ା ଜିଲ୍ଲା ଲଖନା ଥାନା ଲିମଡିହି ଗାଁର ନିଜ ସମ୍ପର୍କୀୟ ମୋହନ ସାହୁଙ୍କ ଘରେ ରହୁଥିଲେ। ଚଳିତ ପଞ୍ଚାୟତ ନିର୍ବାଚନରେ ୱାର୍ଡମେମ୍ବର ପ୍ରାର୍ଥୀ ଭାବେ ମୋହନ ସାହୁ ଏବଂ ରାମଲାର ଶବରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଥିଲା। ରାମଲାଲ ବିଜୟୀ ହୋଇଥିଲେ।
ହେଲେ ରାମଲାଲଙ୍କ ୩ ପୁଅ ଝିଅ ରହିଥିବା ଅଭିଯୋଗ କରି ମୋହନ ଆର୍ଟିଆଇ ମାଗିଥିଲେ। ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ବିଜୟୀ ପ୍ରୀର୍ଥୀଙ୍କ ସମର୍ଥକ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ମୋହନଙ୍କ ଘରକୁ ଯାଇ ଘର କବାଟ ବାଡ଼େଇ ଥିଲେ। ରୂପେଶ କବାଟ ଖୋଲିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଚିହ୍ନି ନପାରି ଗୁଳିମାଡ଼ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/shooting.jpg)