ଗାଁ ଦାଣ୍ଡରେ ଭାଇବୋହୁକୁ ନିସ୍ତୁକ ମାଡ ମାରି ଦେଢ଼ଶ୍ୱର ପୋଲିସ ଦ୍ୱାରା ଅଟକ

ମହାକାଳପଡ଼ା:କେନ୍ଦ୍ରାପଡାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମକଣେଇ ଗାଁ ଦାଣ୍ଡରେ ଶୁକ୍ରବାର ଭାଇବୋହୁକୁ ନିସ୍ତୁକ ମାଡ ମାରିଛନ୍ତି ଦେଢ଼ଶ୍ୱର | ଗାଁ ଲୋକଙ୍କ ବିରୋଧ ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଦେଢ଼ଶ୍ୱରଙ୍କୁ ଅଟକ ରଖିଛି | ମିଳିଥିବା ସୂଚନା ମୁତାବକ ୧୫ ବର୍ଷରୁ ଅଧିକ ସମୟ ଧରି ବଡଭାଇ ବିଜୟ ବେହେରା ଓ ତାଙ୍କ ସାନ ଭାଇ ଅଜୟ ବେହେରାଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା |

ଆଜି ସକାଳୁ ବିଜୟ ଘର ତିଆରି କରିବାକୁ ଆରମ୍ଭ କରୁଥିବାବେଳେ ଏହାକୁ ବିରୋଧ କରିଥିଲେ ଅଜୟ | ଏହାକୁ ନେଇ ବିଜୟଙ୍କ ସହ ତାଙ୍କ ସ୍ତ୍ରୀ,ପୁଅ ଅଜୟଙ୍କୁ ନିସ୍ତୁକ ମାଡ ମାରିଥିଲେ | ଏହାକୁ ଅଜୟଙ୍କ ପତ୍ନୀ ରଜନୀ ବିରୋଧ କରିଥିଲେ | ଫଳରେ ତାଙ୍କୁ ମଧ୍ୟ ଦଉଡ଼ିରେ ବାନ୍ଧି ଗାଁ ଦାଣ୍ଡରେ ନିସ୍ତୁକ ମାଡ ମାରିଥିଲେ | ଏହାକୁ ଗାଁ ଲୋକ ବିରୋଧ କରିଥିଲେ |ହେଲେ ବିଜୟଙ୍କ ପୁଅ ଗାଁ ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ | ଯାହାକୁ ନେଇ ଗାଁ ଲୋକଙ୍କ ସହ ବିଜୟଙ୍କର ଯୁକ୍ତିତର୍କ ହୋଇଥିଲା |

ପରେ ଗାଁ ଲୋକ ପୋଲିସକୁ ଖବର ଦେବା ସହ ଏମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ବିଜୟଙ୍କ ସହ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ଥାନାରେ ଅଟକ ରଖିଛି | ଅଜୟଙ୍କ ସ୍ଥିତି ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

ସମ୍ବନ୍ଧିତ ଖବର