ଝାରସୁଗୁଡା: ସାନ ଭାଇର ମୃତ୍ୟୁରେ ଭାଙ୍ଗିପଡି ଆତ୍ମହତ୍ୟା ଉଦ୍ୟମ କରିଥିବା ଝାରସୁଗୁଡା ଲହଣ୍ଡାବୁଡ଼ର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି | ମୃତକ ଜଣକ ଶ୍ରୀକାନ୍ତ ବିଶ୍ୱାଳ ହୋଇଥିବାବେଳେ ସେ ପରିବାରର ବଡ ଭାଇ ବୋଲି ଜଣାପଡିଛି | ଅବସ୍ଥା ଗୁରୁତର ହେବାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଝାରସୁଗୁଡ଼ାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା | କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି | ଗତ ୧ ତାରିଖରେ ସାନ ଭାଇ ଦୀପକ ବିଶ୍ୱାଳଙ୍କର ମୃତ୍ୟୁ ହେବା ପରେ ଦୁଃଖରେ ଭାଙ୍ଗିପଡି ପରିବାରର ସଦସ୍ୟ ମା ପୁଷ୍ପବତୀ,ଭାଇ ଶ୍ରୀକାନ୍ତ (୩୩) ଭଉଣୀ ଲିଲି (୩୮), ପିଙ୍କି(୩୦), ବନ୍ଦିତା( ୩୫) ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ |
ପଡୋଶୀମାନେ ଏ ବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ | ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା | ତେବେ ଲିଲି ଓ ଶ୍ରୀକାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା | ଆଜି ଶ୍ରୀକାନ୍ତଙ୍କର ମୃତ୍ୟୁ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଝାରସୁଗୁଡା ୨୦୧୮ ମସିହାରେ ଝାରସୁଗୁଡା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା | ଏଥିରେ ଦୀପକ ବିଶ୍ୱାଳ(୨୨) ଗୁରୁତର ଆହତ ହୋଇ କୋମାକୁ ଚାଲିଯାଇଥିଲେ |
/sambad/media/post_attachments/wp-content/uploads/2018/03/13-year-old-boy-from-Powai-tried-to-commit-suicide-by-consuming-rat-poison-because-he-had-been-sodomised-indialivetoday-750x400.jpg)
ଦୀପକଙ୍କ ଚିକିତ୍ସା ପାଇଁ ପରିବାର ଲୋକ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ | ଘରେ ଦୀପକଙ୍କ ଚିକିତ୍ସା ଚାଲିଥିବାବେଳେ ଜୁନ ୧ ତାରିଖରେ ସେ ଗୁରୁତର ହୋଇପଡିଥିଲେ | ଦୀପକଙ୍କୁ ତାଙ୍କ ସାଙ୍ଗମାନେ ଏକ ଘରୋଇ ନର୍ସିଂହୋମକୁ ନେଇଯାଇଥିଲେ | ସେଠାରେ ଦୀପକଙ୍କର ମୃତ୍ୟୁ ହୋଇଯାଇଥିଲା | ଏହା ପରେ ସାଙ୍ଗମାନେ ଦୀପକଙ୍କ ମୃତ ଦେହକୁ ତାଙ୍କ ଘରକୁ ନେଇ ଆସିଥିଲେ | ଭାଇର ମୃତ୍ୟୁ ପରେ ଦୀପକଙ୍କ ପରିବାରରେ ଜଣେ ଭାଇ, ତିନି ଜଣ ଭଉଣୀ ଓ ମା ଆତ୍ମହତ୍ୟା ଉଦ୍ୟମ କରିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/Big-Brother-Dies-on-Suicide-Attempts-of-Family_Thumbnail.jpg)