ଉମରକୋଟ: ଜନ୍ମଦାତ୍ରୀ ମା’ଙ୍କ ଯତ୍ନ ନେଇ ଗୋଟିଏ ପରିବାରରେ ମହାଭାରତ ସୃଷ୍ଟି ହୋଇଛି। ସାନଭାଇର ମାଡ଼ରେ ଭଡ଼ଭାଇଙ୍କ ମୃତ୍ୟୁ। ଏହି ଆକ୍ରମଣ ଘଟଣାରେ ପରିବାରର ୩ ଜଣ ଆହତ ହୋଇଥିବା ଜଣାଯାଇଛି। ନବରଂଗପୁର ଜିଲ୍ଲା ଉମରକୋଟ ସହରର କୁସୁମଗୁଡ଼ସାହିର ଝୋରି ଗାରୋଡ଼ରେ ଏହି ଅଭାବନୀୟ ଘଟଣା ଦେଖିବକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ସନାତନ ବେହେରା, ବିଦ୍ୟାଧର ବେହେରା ଓ ପେନ୍ଦ୍ରା ବେହେରା ୩ ଭାଇ। ବହୁ ବର୍ଷ ତଳେ ବାପାଙ୍କର ମୃତ୍ୟୁ ଘଟିଥିଲା। ବିଧବା ମା’ ଆପି ବେହେରା ଥିବା ସବୁ ଜମୀ ସମ୍ପତ୍ତିକୁ ୩ ଭାଇଙ୍କ ଭିତରେ ସମାନ ଭାବରେ ବଣ୍ଟନ କରିଦେଇଥିଲେ। ମା କୁଡିଆ ଘରକୁ ନିଜ ନାତି ତଥା ସନାତନଙ୍କ ବଡଭାଇର ପୁଅକୁ ଭଡ଼ାରେ ଦେଇ ସାନପୁଅ ପେଣ୍ଡ୍ରାଙ୍କ ଘରେ ରହୁଥିଲେ। ଗତ ୨୬ ତାରିଖ ରାତି ହଠାତ ମା’ଙ୍କ ଉପରେ ପେଣ୍ଡ୍ରା ଓ ତାର ସ୍ତ୍ରୀ ଓ ପିଲା ମାନେ ଆକ୍ରମଣ କରି ମା’ଙ୍କ ସବୁ ସାମଗ୍ରୀକୁ ଘରୁ ଫିଙ୍ଗି ଦେଇଥିଲେ ଓ ଘରୁ ତଡ଼ି ଦେଇଥିଲେ। ମା’ ରାତି ନାତିଙ୍କ ଘରକୁ ଆସି ତୁରନ୍ତ ଘରକୁ ଛାଡିବା ପାଇଁ ଜିଦ୍ କରିଥିଲେ। ଏତେ ରାତିରେ କୁଆଡେ ଯିବି ବୋଲି ଅମଙ୍ଗ ହେଇଥିଲେ ।
ଏହାପରେ ଆରମ୍ଭ ହେଲା ଖଣ୍ଡ ଯୁଦ୍ଧ। ସନାତନ ବେହେରା ଓ ପୁଅର ପାରିବାର ଆସି ପେଣ୍ଡ୍ରାଙ୍କ ଘରେ ପହଞ୍ଚି ମା’ଙ୍କ ପ୍ରତି ହେଇଥିବା ଅନ୍ୟାୟକୁ ପ୍ରତିବାଦ କରି ପାଟି ତୁଣ୍ଡ କରିଥିଲେ । ଏହି ସମୟରେ ପେଂଦ୍ରା ବେହେରା ଓ ତା ର ପୁଅ ଷ୍ଟିଲ ରୋଡ଼ ରେ ଆକ୍ରମଣ କରିଥିଲେ। ଫଳରେ ସନାତନ ବେହେର।, ତାଙ୍କ ସ୍ତ୍ରୀ ଝୁନି ବେହେରା, ସନାତନଙ୍କ ପୁଅ ପ୍ରଶାନ୍ତ ବେହେରା ଓ ତାଙ୍କ ସ୍ତ୍ରୀ ତେଣୁ ପ୍ରଭ। ବେହେରାଙ୍କୁ ପ୍ରବଳ ମୁଣ୍ଡରେ ଆଘାତ ଲାଗିଛି। ପ୍ରଥମେ ୪ ଜଣ ଉମରକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଇଥିଲେ। ରେଣୁ ପ୍ରଭା ବେହେରା ଚିକିତ୍ସିତ ହେବା ପରେ ଘରକୁ ପଳାଇ ଆସିଥିଲେ। କିନ୍ତୁ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସନାତନ, ସ୍ତ୍ରୀ ଝୁନୀ ଓ ପ୍ରଶାନ୍ତଙ୍କୁ ନବରଙ୍ଗପୁର ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲ। ଉମରକୋଟ ପୁଲିସ ପେଣ୍ଡ୍ରା ବେହେରା ଓ ତା ପୁଅ ଶୁଭମ୍ ବେହେରାଙ୍କୁ ଥାନାରେ ଅଟକ ରଖିଛି।