କଟକ: ପାରିବାରିକ କଳହରୁ କଟକରେ ଏକ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ସାନଭାଇର ଜୀବନ ନେଇଛି ବଡ଼ଭାଇ।
ସୂଚନା ଅନୁଯାୟୀ, ବଡ଼ ଭାଇ ଅଜିମୁଲ୍ଲାଖାନର ଛୁରାମାଡ଼ରେ ସାନ ଭାଇ ସଫିଉଲ୍ଳା ଖାନର ମୃତ୍ୟୁ ଘଟିଛି। ମୃତକ ବାଉଁଶ ଗଳି ଅଞ୍ଚଳର। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବା କୁହାଯାଉଛି। ଦରଘା ବଜାର ଥାନା ପୁଲିସ ବଡ଼ଭାଇକୁ ଅଟକ ରଖିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦରଘା ବଜାର ଥାନା ପୁଲିସ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Untitled-7.png)