ସୋର: ବ୍ୟାୟାମ କରିବା ଏବଂ ନିଶା ବର୍ଜନ ବାର୍ତ୍ତା ନେଇ ଜଣେ ୬୬ ବର୍ଷ ବୟସର ବୃଦ୍ଧ ୩ ହଜାର କିମି ପଦଯାତ୍ରାରେ ବାହାରିଛନ୍ତି। ସେ ଝାରସୁଗୁଡ଼ାରୁ ଭୁଟାନ ଯାଉଛନ୍ତି। ବୃଦ୍ଧ ଜଣକ ହେଲେ; ଝାରସୁଗୁଡ଼ା ଦୁର୍ଲଗା ଗ୍ରାମର ଅଭିରାମ ଶତପଥୀ (୬୬)। ସେ ମେ ମାସ ୨୫ ତାରିଖ ଦିନ ଝାରସୁଗୁଡ଼ାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଜନ୍ମସ୍ଥାନ କଟକ ଜିଲ୍ଲା ସାଲେପୁର-ନେମାଳ ହୋଇ ୨୦ ଦିନରେ ୬୦୦ କିମି ଅତିକ୍ରମ କରିସାରିଲେଣି। ଆଜି ସନ୍ଧ୍ୟାରେ ଅଭିରାମ ସୋରରେ ପହଞ୍ଚିଥିଲେ। ସେ ସୋର ଥାନାରେ ରାତି କଟିଥିବା ବେଳେ ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ଓ ସ୍ଥାନୀୟ ଲୋକ ତାଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଥିଲେ।