କରୋନାକୁ ହରାଇଲେ ବୃଦ୍ଧ ଦମ୍ପତି, ଚିକିତ୍ସା ବେଳେ ମେଡିକାଲ୍‌ରେ ହୋଇଥିଲେ ସ˚କ୍ରମିତ

କେନ୍ଦ୍ରାପଡ଼ା : ସ୍ବାମୀଙ୍କୁ ୮୫, ପତ୍ନୀଙ୍କୁ ୭୮। କେନ୍ଦ୍ରାପଡ଼ା ବ୍ଲକ୍‌ ବଗଡ଼ା ପ˚ଚାୟତ ବଳିରାଜ ଗାଁର ଏହି ଦମ୍ପତି ପରିଣତ ବୟସରେ କରୋନାକୁ ହରାଇ ଚର୍ଚ୍ଚାକୁ ଆସିଛନ୍ତି। ଏଭଳି ଘଟଣା କରୋନା ସ˚କ୍ରମିତଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବି ଉଭୟଙ୍କ ଧୈର୍ଯ୍ୟ ଓ ସାହସକୁ ସାବାସୀ ଜଣାଇବା ସହ ଅନ୍ୟ ସ˚କ୍ରମିତଙ୍କୁ କରୋନା ବିରୋଧୀ ଲଢେ଼ଇରେ ଜିତିବା ପାଇଁ ଅନୁପ୍ରାଣିତ କରିଛି ବୋଲି ଉଲ୍ଲେଖ କରିଛି।

NV86.ru

ବୃଦ୍ଧ ଜଣକ କର୍କଟ ରୋଗୀ। କର୍କଟ ଚିହ୍ନଟ ହେବା ପରେ ପରିବାର ଲୋକେ ତାଙ୍କୁ ଜୁନ୍‌ ୮ତାରିଖରେ କଟକ ଆଚାର୍ଯ୍ୟ ହରିହର କ୍ୟାନସର‌୍‌ ଗବେଷଣା କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସା˚ଗରେ ବୃଦ୍ଧା ପତ୍ନୀ ଏବ˚ ପୁଅ ବି ଯାଇଥିଲେ। ଉପର ମହଲାରେ ତାଙ୍କର ଚିକିତ୍ସା ଚାଲିଥିଲା। ମାତ୍ର ତଳ ମହଲାରେ ଜଣେ ରୋଗୀ ଏବ˚ ଦୁଇ ନର୍ସ କରୋନା ସ˚କ୍ରମିତ ହୋଇପଡ଼ିଥିଲେ। ଯେଉଁ ଦୁଇ ନର୍ସ ସ˚କ୍ରମିତ ହୋଇଥିଲେ, ସେମାନେ ହିଁ କର୍କଟ ରୋଗ ସହ ଯୁଝୁଥିବା ଏହି ବୃଦ୍ଧଙ୍କ ଚିକିତ୍ସା କରୁଥିଲେ। ଏଣୁ ଜୁନ୍‌ ୨୭ତାରିଖରେ ତାଙ୍କ ସ୍ବାବ୍‌ ସ˚ଗ୍ରହ କରାଯାଇଥିଲା। ପାଖରେ ଆଟେଣ୍ତାଣ୍ଟ୍‌ ଥିବା ପତ୍ନୀଙ୍କୁ ବିଦ୍ୟାଧରପୁରସ୍ଥିତ ସ˚ଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ମାତ୍ର ୨୯ତାରିଖରେ ବୃଦ୍ଧଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ପତ୍ନୀଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ଯାଇଥିଲା। ତାଙ୍କ ରିପୋର୍ଟ ବି ପଜିଟିଭ୍‌ ଆସିବା ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍‌କୁ ପଠାଇ ଦିଆଯାଇଥିଲା। ଏପଟେ ପରିଣତ ବୟସରେ ବାପା-ମା କରୋନାରେ ଆକ୍ରାନ୍ତ ଖବର ପୁଅଙ୍କୁ ପାଗଳ ପ୍ରାୟ କରିଦେଇଥିଲା। କ’ଣ କରିବେ, କିଛି ଭାବି ପାରିନଥିଲେ।

ଶେଷରେ ଭଗବାନ ହିଁ ସାହା ହେଲେ ଏବ˚ ବାପା-ମା’ କରୋନାକୁ ହରାଇ ନୂଆ ଜୀବନ ପାଇଲେ।

ସମ୍ବନ୍ଧିତ ଖବର