ଚମ୍ପୁଆ : ପିଡିଏସ୍ ଚାଉଳ ନେବା ପାଇଁ ଧାଡ଼ିରେ ଠିଆ ହୋଇଥିବା ବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅଧୀନ ରଙ୍ଗାମାଟିଆ ପଞ୍ଚାୟତର ହୃଦୁରାମପୁର ଗ୍ରାମରେ। ମୃତକ ହେଲେ ରରୁଆଁଗୋଡ଼ା ଗ୍ରାମର ଯୋଗୀ ନାଏକଙ୍କ ସ୍ତ୍ରୀ ବିଳାସ ନାଏକ (୭୦)।
ରବିବାର ପୂର୍ବାହ୍ନ ୧୦ଟାବେଳେ ବିଳାସ ତିନିମାସର ଚାଉଳ ଆଣିବାକୁ ୭ କିଲୋମିଟର ଦୂରରେ ଥିବା ହୃଦୁରାମପୁର ଗ୍ରାମକୁ ଯାଇଥିଲେ। ସେ ଚାଉଳ ପାଇଁ ଧାଡ଼ିରେ ଠିଆ ହୋଇଥିବା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ପହଞ୍ଚି ମୃତଦେହ ନେଇ ଅନ୍ତିମ ସଂସ୍କାର କରିଛନ୍ତି। ଗ୍ରାମଠାରୁ ୭ କିମି ଦୂରରେ ଚାଉଳ ବଣ୍ଟନ କରାଯାଉଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/pds-rice.jpg)