ତୁଷୁରା: ବଲାଙ୍ଗୀରଜିଲ୍ଲା  ତୁଷୁରା ଧାନଘରା ସ୍ଥିତ ତେଲନଦୀ ବ୍ରିଜ ଉପରୁ ଡେଇଁ ରବିବାର ଜେଣ ବୃଦ୍ଧକର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ରବିବାର ପୂର୍ବାହ୍ନ ୧୦ଟା ସମୟରେ ଧାନଘରାର କୀର୍ତି ରଣା ବୟସ ୭୫ ତେଲ ନଦୀ ବ୍ରିଜ ଉପରୁ ଡେଇଁ ନିଜ ଜୀବନ ନେଇଛନ୍ତି।

Advertisment

ଗତ କାଲି ତାଙ୍କ ପଡୋଶୀଙ୍କ ସହ କିଛି କଥାକୁ ନେଇ ତାଙ୍କର କଳି ହେବା ସହିତ ମାଡ଼ ଗାଳି ହୋଇଥିଲା। ଦିନକ ପରେ ବୃଦ୍ଧ ଜଣକ ଆସି ବ୍ରିଜ ଉପରୁ ଡେଇଁ ଥିବା କୁହାଯାଉଛି। ସୂଚନା ପାଇ ତୁଷୁରା ପୁଲିସ ଓ ଗୁଡଭେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅରବିନ୍ଦ ବିଶ୍ବାଳ