ରାଇରଙ୍ଗପୁର/ବାଦାମପାହାଡ: ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ବନଖଣ୍ଡରେ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କୁସୁମୀ ବ୍ଲକ ବାସିଲା ଗ୍ରାମର  ଆଦିବାସୀ ବୃଦ୍ଧ ରାମତିଆ କଳା(୭୫)। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବାଦାମପାହାଡ ରେଞ୍ଜ ତଥା କୁସୁମୀ ବ୍ଲକ ବାସିଲା ଗ୍ରାମର ରାମତିଆ ଶନିବାର  ସକାଳୁ ଗ୍ରାମ ନିକଟସ୍ଥ କାହ୍ନୁ ନଦୀକୁ ଶୌଚ ହେବାକୁ ଯାଇଥିଲେ ।

Advertisment

ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହୁଥିବା ୬ ଟିକିଆ ହାତୀ ପଲ ମଧ୍ୟରୁ ଏକ ଦନ୍ତା ହାତୀ ତାଙ୍କୁ ବିଭର୍ଷ ଭାବେ ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ବାଦାମପାହାଡ ପୁଲିସ ଓ ବନବିଭାଗଖବର ପାଇ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ପୁଲିସ ଏକ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଇଛି । ସୂଚନାଯୋଗ୍ୟ, ମୃତ୍ୟ ରାମତିଆଙ୍କ ସ୍ତ୍ରୀ କିମ୍ବା କୌଣସି ସନ୍ତାନ ନଥିବା ବେଳେ ବାର୍ଦ୍ଧକ୍ୟ ସମୟରେ ତାଙ୍କ ପୁତୁରା ମାନେ ତାଙ୍କୁ ଦେଖାଶୁଣା କରୁଥିଲେ ।