କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ଲକ୍ କୋର ଗାଁର ୮୦ବର୍ଷୀୟ ବୃଦ୍ଧ ଶ୍ରୀଧର ସାହୁ ଭତ୍ତା ପାଇଁ ଅଧକିଲୋମିଟର୍ ରାସ୍ତା ଘୁଷୁଡ଼ି ଘୁଷୁଡ଼ି ଯିବା ଘଟଣାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଏଥିରେ ହସ୍ତକ୍ଷେପ କରିଛନ୍ତି। ଜଷ୍ଟିସ୍ ସାହୁ ଏ ସଂପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଜିଲ୍ଲା ଜଜ୍, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ସହିତ ଆଲୋଚନା କରିଥିଲେ। ଆଭାସି ମାଧ୍ୟମରେ ଅନୁଷ୍ଠିତ ଆଲୋଚନା ବେଳେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀଧର ସାହୁଙ୍କୁ ଭତ୍ତା ଅର୍ଥ ତାଙ୍କ ବାସଭବନରେ ପ୍ରଦାନ କରାଯାଇଛି ବୋଲି ଏହି ସମୟରେ ଅବଗତ କରାଯାଇଥିଲା। କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍ ସାହୁଙ୍କ ପରାମର୍ଶ ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆସନ୍ତା ମାସରୁ ବୃଦ୍ଧ ଶ୍ରୀଧରଙ୍କୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ବର୍ଦ୍ଧିତ ଭତ୍ତା ତାଙ୍କ ଘରେ ଦେବାର ବ୍ୟବସ୍ଥା କରିବେ।
ମିଳିଲା ହୁଇଲ୍ ଚେୟାର୍, ପକ୍କା ଘର ଓ ବିଜୁଳି ଯୋଗାଣ ପାଇଁ ପ୍ରତିଶ୍ରୁତି
ଜଷ୍ଟିସ୍ ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅନ୍ନପୂର୍ଣ୍ଣା ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ରୁପାଲି ପ୍ରିୟଦର୍ଶିନୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସୁଦୀପ୍ତା ମହାପାତ୍ର ପ୍ରମୁଖ ଆଜି ଶ୍ରୀଧରଙ୍କ ଘରେ ପହଞ୍ଚି ତାଙ୍କ ସମସ୍ୟା ବୁଝିଥିଲେ। ସେଠାରୁ ସିଧାସଳଖ ଭିଡିଓ କନ୍ଫରେନ୍ସି˚ କରାଯାଇଥିଲା। ଏଥିରେ ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍ ସାହୁଙ୍କ ସହିତ ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ, ଜିଲ୍ଲା ଆଇନସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧୢକ୍ଷ ପ୍ରଜ୍ଞା ପାରମିତା ରାଉଳ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିର˚ଜନ ପ୍ରଧାନ ପ୍ରମୁଖ ରହିଥିଲେ। ବୃଦ୍ଧଙ୍କ ସ୍ଥାୟୀ ଥଇଥାନ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏହା ସହିତ ଚଳପ୍ରଚଳ ପାଇଁ ବୃଦ୍ଧଙ୍କୁ ସ˚ଗେ ସ˚ଗେ ସେଠାରେ ଏକ ହୁଇଲ୍ ଚେୟାର୍ ଯୋଗାଇ ଦିଆଯାଇଥିଲା। ଖୁବ୍ଶୀଘ୍ର ସରକାରୀ ଯୋଜନାରେ ପକ୍କା ଘର, ବିଜୁଳି ସ˚ଯୋଗ ସହିତ ମାଗଣା ମେଡିକାଲ୍ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଥିବା ବିଡିଓ ଅଭିଷେକ ସ୍ବାଇଁ ସୂଚନା ଦେଇଛନ୍ତି। ବିଡିଓ ଶ୍ରୀ ସ୍ବାଇଁ କହିଛନ୍ତି ଯେ ଅନ୍ତ୍ୟୋଦୟ ଯୋଜନାରେ ତାଙ୍କୁ ଜୁନ୍ ପ୍ରଥମ ସପ୍ତାହରେ ପକ୍କା ଘର ଯୋଗାଇ ଦିଆଯିବ। ମାଗଣା ବିଜୁଳି ଓ ମେଡିକାଲ୍ ସୁବିଧା ମଧୢ ପ୍ରଦାନ କରାଯିବ। ଗ୍ରହଣ କରାଯାଉଥିବା ପଦକ୍ଷେପ ସ˚କ୍ରାନ୍ତରେ ବିସ୍ତୃତ ରିପୋର୍ଟ ଆଇନସେବା ପ୍ରାଧିକରଣ ନିକଟରେ ଦାଖଲ କରାଯିବ।
କେନ୍ଦ୍ରାପଡ଼ା ବ୍ଲକ୍ କାର୍ଯ୍ୟାଳୟରୁ ବୃଦ୍ଧ ଶ୍ରୀଧରଙ୍କ ଘର ଦୂରତା ପାଖାପାଖି ଦଶ କିଲୋମିଟର୍। ତାଙ୍କର ଦୁଇ ଝିଅ ବିବାହିତ। ତିନି ବର୍ଷ ତଳେ ପତ୍ନୀଙ୍କ ମୃତ୍ୟୁ ପରେ ଶ୍ରୀ ସାହୁ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି। ବାର୍ଧକ୍ୟଜନିତ ରୋଗ କାରଣରୁ ଦୁଇ ଗୋଡ଼ ଅଚଳ ହୋଇଯାଇଛି। ପଡ଼ିଶା ଘର ଜଣେ ବ୍ୟକ୍ତି ତାଙ୍କ ଖାଦ୍ୟପେୟ ବ୍ୟବସ୍ଥା ବୁଝୁଛନ୍ତି। ଶ୍ରୀଧର ଅତ୍ୟନ୍ତ ଗରିବ ଓ ଅନ୍ତ୍ୟୋଦୟ ଯୋଜନାର ହିତାଧିକାରୀ ହୋଇଥିଲେ ମଧୢ ତାଙ୍କୁ ପକ୍କା ଘର ମିଳି ନାହିଁ। ଭଙ୍ଗାଦଦରା ନୂଆଣିଆ ଚାଳଘରେ ତାଙ୍କ ଜୀବନ ବିତୁଛି। ଅନ୍ତ୍ୟୋଦୟ ଯୋଜନାରେ ମାସିକ ୩୫କେଜି ଚାଉଳ ଓ ୧୪୦୦ ଟଙ୍କା ଭତ୍ତାରେ ସେ ଚଳୁଛନ୍ତି। ନିଜେ ଚଳପ୍ରଚଳ କରିବାକୁ ଅକ୍ଷମ ଥିବାରୁ ଝିଅ ଭତ୍ତା ଟଙ୍କା ନେଇ ଆସୁଥିଲେ। ମାତ୍ର ଏଥର ଭତ୍ତା ଟଙ୍କା ଝିଅକୁ ଦେବା ପାଇଁ ପଞ୍ଚାୟତ ଅଧିକାରୀ ମନା କରିଦେବାରୁ ଗୁରୁବାର ଶ୍ରୀଧର ଭତ୍ତା ଟଙ୍କା ଆଣିବାକୁ ଘୁଷୁରି ଘୁଷୁରି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ପ୍ରାୟ ଅଧକିଲୋମିଟର୍ରୁ ଅଧିକ ରାସ୍ତା ଯିବା ପରେ କିଛି ଲୋକ ତାଙ୍କୁ ଅଟକାଇ ଅଧିକାରୀଙ୍କୁ ଖବର ଦେବାରୁ ପଞ୍ଚାୟତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଭତ୍ତା ଟଙ୍କା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/24/xiGy6aHKrYdqrtUk23qb.jpg)