ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: କରୋନାରେ ସଂକ୍ରମିତ ହୋଇଥିଲେ ଯଶୋବନ୍ତ

ଭୁବନେଶ୍ବର: ପିତାଙ୍କ ପଛେ ପଛେ ଚାଲିଗଲେ ଦୁଇ ପୁଅ। ଏଭଳି ଦାରୁଣ ଦୁଃଖ ଦେଲା କଠୋର କରୋନା । ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ମହାମାରୀ କରୋନା ଛଡ଼ାଇ ନେବାର ଦୁଃଖକୁ ଓଡ଼ିଶାବାସୀ ଭୁଲି ନଥିଲା ବେଳେ ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ବିୟୋଗ ଘଟିଛି।

ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ଯଶୋବନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସମ କୋଭିଡର ଡାକ୍ତର ଓ ନର୍ସମାନଙ୍କର ସମସ୍ତ ପ୍ରଚେଷ୍ଟା ଓ ନିରବଛିନ୍ନ ଚିକିତ୍ସା ସତ୍ୱେ ତାଙ୍କର ଆଜି ଦିନ ଗୋଟାଏ ସମୟରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା । ବିଧିର ଏହି କ୍ରୂର ବିଧାନକୁ କେହି ଯେମିତି ସହଜରେ ବିଶ୍ବାସ କରିପାରୁନାହାନ୍ତି । ଗତକାଲି କୋଭିଡ ଆକ୍ରାନ୍ତ ଥିବା ତାଙ୍କ ସାନ ଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଏମ୍ସରେ ମୃତ୍ୟୁ ଘଟିଥିବା ବେଳେ ୧୨ ଦିନ ତଳେ ବାପା ରଘୁନାଥ ମହାପାତ୍ର ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି।

ସମ୍ବନ୍ଧିତ ଖବର