ଓଡ଼ଗାଁ: ବିଜେପି ରାଲିରେ ଅଙ୍ଗନବାଡ଼ି ସହାୟିକା ଯୋଗ ଦେଇ ଫସିଛନ୍ତି। ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ଜିଲ୍ଲାପାଳ କଠୋର ହୋଇ ତାଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ, ଚଳିତ ମାସ ୧୯ ତାରିଖରେ ବିଜେପି ଓଡ଼ଗାଁ ଥାନା ଘେରଉ କରି ଗିରିଡ଼ିପଲ୍ଲୀ ସରପଞ୍ଚଙ୍କ ସ୍ବାମୀ ସନ୍ନ୍ୟାସୀ ପ୍ରଧାନଙ୍କ ଗିରଫ ଦାବି କରିଥିଲା। ସମାବେଶରେ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ସହାୟିକା ସୁମତି ଆଲଟିଆ ସାମିଲ୍ ହୋଇଥିଲେ। ଏହା ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ନୟାଗଡ଼ ଜିଲ୍ଲାପାଳ ସ୍ବଧା ଦେବ ସିଂହ ଅଙ୍ଗନବାଡ଼ି ସହାୟିକା ସୁମତି ଆଲଟିଆଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି।
ବାଜିଲା ନିର୍ବାଚନୀ ଛାଟ: ଅଙ୍ଗନବାଡ଼ି ସହାୟିକା ନିଲମ୍ବିତ
ବିଜେପି ରାଲିରେ ଯୋଗ ଦେଇ ଫସିଲେ
/sambad/media/post_attachments/wp-content/uploads/2024/05/gjgddgjgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)