ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଜଣେ ନାବାଳକକୁ ଅପହରଣ କରାଗଲା। ପୁଣି ଫିରୋତି (ଟଙ୍କା ପାଇଁ) ପାଇଁ ହତ୍ୟା କରାଯିବ, ଏଭଳି କେବେ କାନ ଶୁଣିନଥିଲା। ଏଠି କଳାପାହାଡିଆ ଶାସନ ଚାଲିଛି। ଯଦି ଝାରସୁଗୁଡାରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇଥିବ, ବିକାଶ କେମିତି ହେବ? ସାଧାରଣ ଜନତାଙ୍କୁ ସମ୍ବୋଧିକ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଏହା କହିଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ କୋଲାବିରା ଠାରେ ଆୟୋଜିତ ସଭାରେ ଶ୍ରୀ ପ୍ରଧାନ କହିଥିଲେ ଯେ, ହେମାନନ୍ଦ ବାବୁଙ୍କ ମାଟିକୁ ଆସି ମୁଁ ଗୌରବ ମନେ କରୁଛି।

Advertisment

ଏହା ପୂର୍ବରୁ ସେ କହିଥିଲେ ଯେ, ମୁଁ ଆଜି ଯାହା ବି ହେଇଛି ଏ ପବିତ୍ର ମାଟି ପାଇଁ। ଝାରସୁଗୁଡା ମାଟିର ଅନେକ ଅବଦାନ ରହିଛି। ଗରିବୀ ଓ ଦରିଦ୍ରତା ସତ୍ତ୍ବେ ଏମାଟି ଜନନେତା ତିଆରି କରିଛି। ସ୍ବର୍ଗତ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛିl ନିର୍ବାଚନ ଏକ ବିଶେଷ ପରିସ୍ଥିତିରେ ହେଉଛିl ମୁଁ ପ୍ରାର୍ଥନା କରୁଛି କୋଉ ରାଜ୍ୟର ଭାଗ୍ୟରେ ଉପନିର୍ବାଚନ ନଆସୁl ଦୀପାଳି ଓ ବିଶାଲ ପ୍ରତି ସହାନୁଭୂତି ରହିଛିl ଏଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ନବ ବାବୁଙ୍କ ମୃତ୍ୟୁ ଅସ୍ୱାଭାବିକ ଥିଲାl ରାଜ୍ୟ ସରକାରଙ୍କୁ ଉତ୍ତର ଦେବାକୁ ହେବ, ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୁଲିସ କାହିଁକି ଗୁଳି କଲା ଓ ହତ୍ୟା ପଛର କାରଣ କଣ ଥିଲା?

ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାର ପଛୁଆ ଲୋକଙ୍କ ସର୍ଭେ ହେବ ବୋଲି କହିଛନ୍ତି। ଏହା ୨୭ ତାରିଖ ଯାଏ ଚାଲିବ। ତାକୁ ବଢ଼େଇ ଦିଅନ୍ତୁ।l ୨୭ ପ୍ରତିଶତ ଆରକ୍ଷଣ ଅଗ୍ରିଆ, କୁଲତା, ମାଳିଙ୍କ ପାଇଁ ସଂରକ୍ଷଣ ଅଛିl ପଛୁଆ ବର୍ଗଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିବାକୁ ସର୍ଭେ କରିଛନ୍ତି। ସର୍ଭେ ନୁହେଁ ଏହା ଷଡଯନ୍ତ୍ର। ଗତ ୫ ବର୍ଷରେ ରାଜ୍ୟ ସରକାର କେତେଥର ଆଦିବାସୀ ଉପଦେଷ୍ଟା କମିଟିରେ ଅଧକ୍ଷତା କରିଛନ୍ତି? ରାଜ୍ୟର ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରଠାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନାହାନ୍ତି। ଏଠି ଶାସନ କିଏ କରୁଛି? ଯୋଉ ଶିଳ୍ପାଂଚଳରେ ଶାନ୍ତି ନାହିଁ, ବିକାଶ କେମିତି ହେବ। ଖଣି ରାଜସ୍ବ ଆଜି ୫୦ ହଜାର କୋଟି ଟଙ୍କାରେ ପହଁଚିଛି।

publive-image

କେନ୍ଦ୍ରମନ୍ତ୍ରୀଙ୍କ ସଭାରେ ବିଶ୍ବେଶ୍ବର ଟୁଡୁ କହିଥିଲେ ଯେ, ଓଡିଶା ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ହତ୍ୟା ପରେବି ରାଜ୍ୟ ସରକାର କିଛି କରିପାରୁନାହାନ୍ତି। ଏଭଳିସ୍ଥିତିରେ ରାଜ୍ୟବାସୀ କେତେ ସୁରକ୍ଷିତ? ୨୩ ବର୍ଷ ଧରି କୁଶାସନ ଚାଲିଛିl ଜବାବ ତ ରାଜ୍ୟ ସରକାର ଦେଇ ପାରିବେନିl ସେହିପରି ସାଂସଦ ଜୁଏଲ ଓରାମ କହିଥିଲେ, ଜାଗା ମିସନରେ ଅନେକ ଲୋକଙ୍କୁ ଜମି ମିଳିଲାନି। ବଡ଼ବଡ଼ କମ୍ପାନିକୁ ଶହଶହ ଏକର ଜମି ମିଳୁଛିl ଆପଣମନେ ଖୁସି ତ? ସରକାରୀ ବଳ ଲଗାଇ ନିର୍ବାଚନ ଜିତୁଛନ୍ତି ସରକାର। ମନ୍ତ୍ରୀଙ୍କୁ ପୁଲିସ ହତ୍ୟା କରୁଛି। ୯୦ ଦିନ ଗଲା ସରକାର ଏହାର ଉତ୍ତର ଦେଇପାରି ନାହାନ୍ତି। ନବଙ୍କୁ କାହିଁକି ମାରିଲେ? ସରକାର ଏହାର କାରଣ କୁହନ୍ତୁ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ନବ ଦାସଙ୍କ ମୃତ୍ୟୁରେ ନବୀନ ବାବୁ ଖୁସି ତ? ସରକାର କିଏ ଚଳାଉଛି? ମୁଖ୍ୟମନ୍ତ୍ରୀ ଯଦି ଶାସନ ଚଳାଇପାରୁନାହାନ୍ତି ତେବେ ଅନ୍ୟ କୌଣସି ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଅନ୍ତୁ। କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ, ଭବାନୀ ଭୋଇ, ଶଙ୍କର ଓରାମ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।