ରାୟଗଡ଼ା: ଗତବର୍ଷ ହୋଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ନାକଚ କରିଛନ୍ତି ରାୟଗଡ଼ା ଜିଲ୍ଲା ଦୌରାଜଜ୍। ଯାହାଫଳରେ ପଦବି ହରାଇଛନ୍ତି କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗ। ସୂଚନାଯୋଗ୍ୟ, ୨୦୧୭ ମସିହା ମାର୍ଚ୍ଚ ୧୪ ତାରିଖରେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ହୋଇଥିଲା। ଭୋଟ ଗ୍ରହଣ ସମୟରେ ମୁନିଗୁଡ଼ା ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେପିର ରାମଚନ୍ଦ୍ର ବେହେରା ନିଜ ଭୋଟକୁ ନିଜ ଦଳର ଏଜେଣ୍ଟଙ୍କ ବଦଳରେ କ˚ଗ୍ରେସ ଏଜେଣ୍ଟ ତଥା ଡିସିସି ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ ଦେଖାଇ ଭୋଟ ବକ୍ସରେ ପକାଇଥିବା ନେଇ ଅଭିଯୋଗ ହୋଇଥିଲା। ଭୋଟ ଗଣତି ପରେ ପୁରୁଷୋତ୍ତମ ଗୋଟିଏ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ଗୁପ୍ତ ଭୋଟ ବଦଳରେ ନିଜ ବାଲଟ ପେପର ଦେଖାଇ ସଭ୍ୟ ରାମଚନ୍ଦ୍ର ବେହେରା ଭୋଟ ଦେଇଥିବାରୁ ଅନିୟମିତତା ହୋଇଥିବା ଦର୍ଶାଇ କୋର୍ଟକୁ ଯାଇଥିଲେ ଅନ୍ୟତମ ଅଧ୍ୟକ୍ଷ ପ୍ରାର୍ଥୀ ତଥା ବିଜେଡି ସଭ୍ୟ ଗଙ୍ଗାଧର ପୁଆଲା। ଯାହାର ଶୁଣାଣି କରି, ଜିଲ୍ଲାଜଜ୍ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ନାକଚ
କଂଗ୍ରେସ ଏଜେଣ୍ଟଙ୍କୁ ଭୋଟ ଦେଖାଇଥିଲେ ବିଜେପି ସଭ୍ୟ, ପୁନଃ ଅଧ୍ୟକ୍ଷ ପଦବି ନିର୍ବାଚନ ପାଇଁ ନିର୍ଦେଶ
/sambad/media/post_attachments/wp-content/uploads/2018/12/images-29.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)