ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରଖିଲେ ଭାରତ ନିର୍ବାଚନ କମିସନ: ୧୧ ଉପକୂଳ ଜିଲ୍ଲାରୁ ଉଠିଲା ଆଦର୍ଶ ଆଚରଣ ବିଧି

ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଏଣିକି ସରକାର ଫ୍ରି

ଭୁବନେଶ୍ବର: ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍କ୍ରିନିଂ କମିଟି ନିଷ୍ପତ୍ତି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ନିର୍ବାଚନ କମିସନରଙ୍କୁ ଭେଟି ଉପକୂଳ ଜିଲ୍ଲାରୁ ଆଦର୍ଶ ଆଚରଣ ବିଧି ଉଠାଇବାକୁ ନିବେଦନ କରିବା ପରେ ୧୧ଟି ଉପକୂଳ ଜିଲ୍ଲାରୁ ହଟିଛି ଆଦର୍ଶ ଆଚରଣ ବିଧି। ସେଗୁଡ଼ିକ ହେଲା ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଯାଜପୁର। ଏସବୁ ଜିଲ୍ଲାରେ ବାତ୍ୟା ସମୟରେ ଓ ବାତ୍ୟା ପରବର୍ତ୍ତୀ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ବାରାନ୍ବିତ କରିବାକୁ ଆଜିଠାରୁ ଆଚରଣ ବିଧି କଟକଣା ରହିବନି। ଆଚରଣ ବିଧି ଉଠିବା ପରେ ଏଣିକି ସରକାର ଯେପରି ଅଧିକାରୀଙ୍କୁ ଚାହିଁବେ ସେସବୁ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସ୍ଥାନାନ୍ତର କରିବା ସହିତ ବିପନ୍ନଙ୍କ ସହାୟତା ପାଇଁ କଲ୍ୟାଣମୂଳକ ଯୋଜନାରେ ସହାୟତା ପ୍ରଦାନ କରିପାରିବେ। ଆଚରଣ ବିଧି ହଟିବା ନେଇ ଭାରତ ନିର୍ବାଚନ କମିସନ ଦେଇଥିବା ନିର୍ଦ୍ଦେଶକୁ ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଆନୁଷ୍ଠାନିକ ଭାବେ ଚିଠି ଲେଖି ମୁଖ୍ୟ ଶାସନ ସଚିବଙ୍କ ଓଏସଡିଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର