ସରକାର ଭାଙ୍ଗିଲେ, ଆଦର୍ଶ ଆଚରଣ ବିଧି ଲାଗୁ : ସବୁ ରାଜ୍ୟକୁ ଜଣାଇଲେ ନିର୍ବାଚନ କମିସନ

ରାଜନୈତିକ ଦଳଙ୍କୁ ଜଣାଇବାକୁ ନି‌ର୍ଦେଶ

ଭୁବନେଶ୍ୱର : ଗତକାଲି ଭାରତର ନିର୍ବାଚନ କମିସନ ତେଲେଙ୍ଗାନା ସରକାରଙ୍କୁ ନିେର୍ଦଶ ଦେଇଥିେଲ। ଆଜି ଦେଶର ସବୁ ନିର୍ବାଚନ ଅଧିକାରୀଙ୍କୁ ଚିଠି େଲଖି ଅବଗତ କରିଛନ୍ତି େଯ କୌଣସି ରାଜ୍ୟରେ ସରକାର ଭାଙ୍ଗିବା ସଙ୍ଗେ ସଙ୍ଗେ ସେଠାରେ ତତ୍କାଳ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଏଥିସହିତ କ୍ଷମତାରେ ଥିବା କାମଚଳା ସରକାର ବି କୌଣସି ବଡ଼ ନିଷ୍ପତ୍ତି ନେଇପାରିବେ ନାହଁି।

ଏ ସ˚କ୍ରାନ୍ତରେ ରାଜନୈତିକ ଦଳଗୁଡ଼ିକୁ ଅବଗତ କରିବା ଲାଗି ଭାରତର ନିର୍ବାଚନ କମିସନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ କହିଛନ୍ତି। ତଦନୁଯାୟୀ ଓଡ଼ିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସ˚କ୍ରାନ୍ତରେ ରାଜନୈତିକ ଦଳଗୁଡ଼ିକର ବୈଠକ ଡାକି ସେମାନଙ୍କୁ କମିସନଙ୍କ ଏହି ନିଷ୍ପତ୍ତି ସ˚କ୍ରାନ୍ତରେ ଅବଗତ କରିବେ ବୋଲି ଜଣାପଡ଼ିଛି।
ନିକଟରେ ତେଲେଙ୍ଗାନାର କେ. ଚନ୍ଦ୍ରଶେଖର ରାଓ ସରକାର ସେଠାରେ ଆଗୁଆ ବିଧାନସଭା ଭଙ୍ଗ କରିବା ପରେ ତୁରନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଶ୍ରୀ ରାଓଙ୍କ ନେତୃତ୍ବରେ ସେଠାରେ ଏବେ କାମଚଳା ସରକାର ଚାଲୁଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏସ୍ ଆର୍ େବାମାଇ ମାମଲାରେ େଦଶର ସର୍ବୋଚ୍ଚ ଅଦାଲତ ଅନୁରୂପ ରାୟ େଦଇଥିେଲ। େକାର୍ଟ କହିଥିଲେ, କାମଚଳା ସରକାର ଦୈନନ୍ଦିନ କାର୍ଯ୍ୟ ଲାଗି ନିଷ୍ପତ୍ତି ନେଇପାରିବେ। କିନ୍ତୁ କୌଣସି ବଡ଼ ନୀତିଗତ ନିଷ୍ପତ୍ତି ଗ୍ରହଣ କରିପାରିବେ ନାହଁି। ସୁପ୍ରିମକୋର୍ଟଙ୍କ ଏଭଳି ରାୟକୁ ଦୃଷ୍ଟିରେ ରଖି କୌଣସି ରାଜ୍ୟରେ ସରକାର କ୍ଷମତାଚ୍ୟୁତ ହେବା ସଙ୍ଗେ ସଙ୍ଗେ ସେଠାରେ ଆଦର୍ଶ ଆଚରଣ ବିଧି ଲାଗୁ ପାଇଁ ନିର୍ବାଚନ କମିସନ କହିଛନ୍ତି।

ନିର୍ବାଚନ ସରିବା ସହିତ ପରବର୍ତୀ ବିଧାନସଭା ଗଠନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସେହିଭଳି କାମଚଳା ସରକାର ଥିବା ରାଜ୍ୟ ସ˚କ୍ରାନ୍ତରେ ମଧ୍ୟ କେନ୍ଦ୍ର ସରକାର କୌଣସି ବଡ଼ ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ।

ନିର୍ବାଚନ କମିସନ କହିଛନ୍ତି ଯେ କାମଚଳା ଦାୟିତ୍ବରେ ଥିବା ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର କୌଣସି ନୂତନ ପ୍ରକଳ୍ପ, ଯୋଜନା ଆଦି ସେହି ରାଜ୍ୟ ପାଇଁ ଘୋଷଣା କରିପାରିବେ ନାହଁି। ଆଦର୍ଶ ଆଚରଣ ବିଧିରେ ସପ୍ତମ ଅନୁଚ୍ଛେଦ ଅନୁଯାୟୀ ନିଷିଦ୍ଧ ଥିବା କୌଣସି କାର୍ଯ୍ୟ ବି ସେଠାରେ ହୋଇପାରିବ ନାହଁି।

ସମ୍ବନ୍ଧିତ ଖବର