ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନର୍ ବର୍ଷକ ପାଇଁ ଏକ ତୃତୀୟାଂଶ ଦରମା କାଟ ଘୋଷଣା କରିଥିବା ଜଣାପଡ଼ିଛି।
ମୁଖ୍ୟ ନିର୍ବାଚନ କମିସନର୍ ସୁଶୀଳ ଅରୋରା ଏବଂ ନିର୍ବାଚନ କମିସନର୍ ଅଶୋକ ଲାୱାସା ଏବଂ ସୁଶୀଳ ଚନ୍ଦ୍ରଙ୍କ ମଧ୍ୟରେ ବସିଥିବା ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ।
ଗଣମାଧ୍ୟମକୁ ନିର୍ବାଚନ କମିସନର୍ ସୁଶୀଳ ଚନ୍ଦ୍ର କହିଛନ୍ତି ଯେ କରୋନାଭାଇରସ୍ ମହାମାରୀ ସଂକ୍ରମଣଜନିତ ସଂକଟ ଯୋଗୁଁ ଏକ ତୃତୀୟାଂଶ ଦରମା ଛାଡ଼ି ଦେବାକୁ ଆମେ ସ୍ଥିର କରିଛୁ। ଏହା ଇଚ୍ଛାଧୀନ ଏବଂ ସର୍ବସମ୍ମତ ନିଷ୍ପତ୍ତି।
ଏପ୍ରିଲ୍ ପହିଲା, ୨୦୨୦ ଠାରୁ ସେମାନେ ନିଜର ମୂଳ ବେତନରୁ ୩୦% କମ୍ ବେତନ ଗ୍ରହଣ କରିବେ ବୋଲି ସ୍ଥିର କରିଥିବା ଜଣାପଡ଼ିଛି।
ଏଠାରେ ପ୍ରକାଶଯୋଗ୍ୟ କି, କରୋନାଭାଇରସ୍ ଦମନ ନିମନ୍ତେ ଲକ୍ଡାଉନ୍ ଘୋଷଣା ଯୋଗୁଁ ଦେଶର ଆର୍ଥିକ ପରିସ୍ଥିତି ଚାପଗ୍ରସ୍ତ ହୋଇଛି। ବିଶ୍ବବ୍ୟାଙ୍କ୍ ମଧ୍ୟ ଚେତାବନୀ ଦେଇ କହିଛି ଯେ ଏଥିଯୋଗୁଁ ଦକ୍ଷିଣ ଏସିଆର ଆର୍ଥିକ କାର୍ଯ୍ୟକଳାପ ୪୦ ବର୍ଷ ମଧ୍ୟରେ ଏ ଭଳି ମାନ୍ଦା ହୋଇ ନ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/ec.jpg)