ଅନୁଗୁଳ/ଢେଙ୍କାନାଳ: ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ମତଦାତା ଦିବସ ପାଳିତ ହୋଇଛି।
ଅନୁଗୁଳ: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତଦାତାମାନେ ନିର୍ବାଚନରେ ସେମାନଙ୍କ ମତଦାନ କରି ଗଣତନ୍ତ୍ରକୁ ମଜଭୁତ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ, ଅତିରିକ୍ତ ଜିଲ୍ଳାପାଳ(ରାଜସ୍ବ) ସନ୍ତୋଷ ପ୍ରଧାନ ଯୋଗଦେଇ ଏହି ଦିବସ ପାଳନର ଗୁରୁତ୍ବ ସଂପର୍କରେ ସୂଚନା ଦେଇଥିଲେ। ଉପଜିଲ୍ଲାପାଳ ବାସୁଦେବ ଶତପଥୀ ନିର୍ବାଚନ କମିଶନଙ୍କ ବାର୍ତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଅମ୍ଳାନ ଅପରାଜିତା ମିଶ୍ର, ଆସିଷ୍ଟାଣ୍ଡ କଲେକ୍ଟର ଦୋଳଗୋବିନ୍ଦ ସାହୁ, ଅନୁଗୁଳ ସ୍ବଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ ସର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ନୂତନ ଭୋଟରମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା।
ଢେଙ୍କାନାଳ: ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି କହିଥିଲେ ଯେ, ଏହି ଦିବସ ଭାରତବାସୀଙ୍କୁ ରାଷ୍ଟ୍ର ପାଇଁ ଥିବା ସେମାନଙ୍କର କର୍ତ୍ତବ୍ୟ ସଂପର୍କରେ ମନେ ପକାଇ ଦେଇଥାଏ। ସୁଦୃଢ ଗଣତନ୍ତ୍ର ପାଇଁ ପ୍ରତ୍ୟେକ ନାଗରିକଙ୍କର ନିର୍ବାଚନୀ ସ୍ୱାକ୍ଷରତା ଅପରିହାର୍ଯ୍ୟ । ଆଜି ଭାରତର ନିର୍ବାଚନ ଆୟୋଗ ଇ-ଏପିକ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ପ୍ରତ୍ୟେକ ଭୋଟର ସେମାନଙ୍କର ମୋବାଇଲ୍ ଫୋନ୍ ଆପ୍ ମାଧ୍ୟମରେ ପରିଚୟପତ୍ର ଦେଖିପାରିବେ ଏବଂ ଏହାର କପି ବାହାର କରି ବ୍ୟବହାର କରିପାରିବେ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶାଶାଙ୍କ ଶେଖର ଦାସ, ଡିଆରଡିଏ ପିଡି ନରୋତ୍ତମ ବେହେରାଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବେହେରା ନୂତନ ଭୋଟରମାନଙ୍କୁ ପରିଚୟପତ୍ର ପ୍ରଦାନ ସହ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତିରେ ଉତ୍ତମ କାର୍ଯ୍ୟ କରିଥିବା ବିଏଲ୍ଓମାନଙ୍କୁ ସମ୍ମାନିତ କରିଥିଲେ। ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ।
ପାଳଲହଡ଼ା: ପାଳଲହଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଅଜିତ ପ୍ରଧାନ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ତହସିଲଦାର ସ୍ୱାଗତ ଦାସ, ବିଡିଓ ରବିନାରାୟଣ ମାଝୀ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦୁଃଖବନ୍ଧୁ ମାଝୀ ମଞ୍ଚାସୀନ ଥିଲେ । ତରୁଣକାନ୍ତି ପ୍ରଧାନ ଓ ରବୀନ୍ଦ୍ରନାଥ ବେେହରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପାଳଲହଡ଼ା ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ସୁଦ୍ଧା ୪ ହଜାର ୯୯ ଜଣ ନୂତନ ଭୋଟର ପଞ୍ଜୀକୃତ ହୋଇଛନ୍ତି ଏବଂ ଯୁବ ଭୋଟରଙ୍କ ସଂଖ୍ୟା ୨ ହଜାର ୭୯୯ । ଆଜି ୧୮ ବର୍ଷରୁ ଅଧିକ ବୟସ୍କ ୧୩୧ ଜଣଙ୍କୁ ନୂତନ ଭୋଟର ପରିଚୟପତ୍ର ପ୍ରଦାନ କରାଯାଇଥିଲା। ବିଏଲ୍ଓ ବୀଣାପାଣି ବିଶ୍ୱାଳ, କୌଶଲ୍ୟା ବେହେରା, ପ୍ରିୟମ୍ବଦା କିଶାନ, ସୁମିତ୍ରା ମହାନ୍ତି ଓ ଶ୍ରେଷ୍ଠ ସୁପରଭାଇଜର ଭାବେ ଗୋବିନ୍ଦ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା।
କିଶୋରନଗର: କିଶୋରନଗର ପଞ୍ଚାୟତ ସମିତିରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ଶ୍ୟାମଳ ରାଏ ସଭାପତିତ୍ୱ କରିଥିଲେ। ଏଇଆରଓ ଡ. ଲଷ୍ମୀପ୍ରସାଦ ସାହୁ ମୁଖ୍ୟ ଅତିଥି ଏବଂ ଅନ୍ୟତମ ଅତିଥି ଭାବେ ଜ୍ୟୋତିରଞ୍ଜନ ପ୍ରଧାନ, ଥାନା ଅଧିକାରୀ ପ୍ରତିଭା ମାଝୀ, ବ୍ଲକ୍ ସହକାରୀ ଯନ୍ତ୍ରୀ ସୁନୀଲ ସିଂହ, କିଶୋରନଗର ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ ଦାସ, କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମଲାଲ ପଟେଲ ଉପସ୍ଥିତ ଥିଲେ। ଏହି ଅବସରରେ ନୂତନ ପଞ୍ଜୀକୃତ ଭୋଟରମାନଙ୍କୁ ତାଙ୍କର ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଭୋଟର ପଞ୍ଜୀକୃତ କାର୍ଯ୍ୟରେ ଉଲ୍ଲେଖନୀୟ କାମ କରିଥିବାରୁ ହରିହର ସାହୁ, ନରୋତ୍ତମ ସାହୁ, ବୀରେନ ପ୍ରଧାନ ଏବଂ ସୁଜାତା ତ୍ରିପାଠୀଙ୍କୁ ମାନପତ୍ର ଦିଆଯାଇଥିଲା। ସଂଯୋଜକ ସୁଜାତା ତ୍ରିପାଠୀ ସଭା ପରିଚାଳନା କରିଥିଲେ।/sambad/media/post_attachments/wp-content/uploads/2021/01/5465456gda4g56adg456dag.jpg)
ବଇଣ୍ଡା: ବଇଣ୍ଡା ଜନତା ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସିଦ୍ଧାର୍ଥ ପଣ୍ଡା ସଭାପତିତ୍ୱ କରିଥିଲେ। ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ସଫଳ ମତଦାତା ଭାବରେ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ଶପଥ ପାଠ କରିଥିଲେ। ପ୍ରାଧ୍ୟାପକ କାଳନ୍ଦୀ ପ୍ରଧାନ, ଅଧ୍ୟାପକ ଅସିତ ଜେନା, ନିରଞ୍ଜନ ଦାସ, ରବିନାରାୟଣ ବେହେରା, ସୁଧାକର ସାହୁ, ସବିତା ପଟ୍ଟନାୟକ, ଶୁଭଶଶି ପ୍ରଧାନ, ସୁମିତ୍ରା ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କାମାକ୍ଷାନଗର: କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହଠାରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ସଞ୍ଜୟ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେl ଅନ୍ୟ ଅତିଥି ଭାବେ ବିଡିଓ ବିକାଶ ରାଉତ, କାମାକ୍ଷାନଗର ଏନଏସି ନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ରଥ ପ୍ରମୁଖ ଯୋଗ ଦେଇଥିଲେ। ଦେଶର ଗଣତାନ୍ତ୍ରିକ ପରମ୍ପରା ବଜାୟ ରଖି ମୁକ୍ତ, ଅବାଧ, ନିର୍ଭୀକ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ। ପରେ କେତେକ ନୂତନ ଭୋଟରଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ସବ୍ୟସାଚୀ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିଭଳି କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଶ୍ରୀରାମ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ମତଦାତା ଦିବସର ଶପଥ ପାଠ କରିଥିଲେ। ଶିକ୍ଷକ ନିର୍ମଳ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଅନୁଗୁଳ: ତାଳଚେର ସାଉଥ୍ବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ବର ଡିଗ୍ରୀ ମହାବିଦ୍ୟାଳୟଠାରେ ଆଜି ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଜାତୀୟ ସେବା ଯୋଜନା ଦ୍ବାରା ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଜେନା ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ଭାବରେ ମତଦାନ କରି ନିଜର ସାମ୍ବିଧାନିକ ଅଧିାକର ପ୍ରୟୋଗ ପାଇଁ ପରାମର୍ଶ ଦେବା ସହିତ ଏକ ସଂକଳ୍ପ ପାଠ କରାଇଥିଲେ। ଜାତୀୟ ସେବା ଯୋଜନା ମହିଳା ବିଭାଗ ଅଧିକାରିଣୀ ଡ. ମଧୁମିତା ରାଉତରାୟ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପୁରୁଷ ବିଭାଗ ଅଧିକାରୀ ଉମାକାନ୍ତ ବାଇ ଧନ୍ୟବାଦ ପ୍ରଦାନ କରିଥିଲେ। କୋଭିଡ୍-୧୯ ନିୟମ ଆଧାରରେ ସଭାକାର୍ଯ୍ୟ ହୋଇଥିଲା ଏବଂ ପ୍ରଥମ ତଥା ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ମାଧ୍ୟର୍ମରେ ଉପସ୍ଥିତ ଥିଲେ। ମତଦାତା ଦିବସ କାର୍ଯ୍ୟକ୍ରମରେ ଅଧ୍ୟାପକ ସୁମନ୍ତ ମାଝୀ, ଲଲାଟେନ୍ଦୁ ଗଡ଼ନାୟକ, ମନୋରଂଜନ ଘଡ଼ାଇ, ଶୁଭଦର୍ଶିନୀ ମହାପାତ୍ର ତଥା କର୍ମଚାରୀ ଦୁଃଶାସନ ସାହୁ, ଟିକେଶବର ଶତପଥୀ ଏବଂ ରମେଶ ଜେନା ସକ୍ରିୟ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/f5h456sf4h56sf4s65h456.jpg)