କେନ୍ଦ୍ରାପଡ଼ା/ମହାକାଳପଡ଼ା : କେନ୍ଦ୍ରାପଡ଼ାର ଏକ ସରକାରୀ କଲେଜରେ ନିର୍ବାଚନ ସଭା ଘଟଣା ନିର୍ବାଚନ କମିସନ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। କମିସନଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ସ୍ଥାନୀୟ ତହସିଲ୍ଦାର୍ ଥାନା ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ। ଦୁଇ ଅଧିକାରୀ ତଦନ୍ତ କରିବା ସହିତ କଲେଜରେ ଲାଗିଥିବା ସିସି କ୍ୟାମେରା ହାର୍ଡଡିସ୍କ୍ ଏବ˚ ରେଜିଷ୍ଟ୍ରାର୍ ଜବତ କରିଛନ୍ତି। ସଭା ଆୟୋଜନ କରିଥିବା ଗଡ଼ରୋମିତ ଗାଁର ସାଲେପୁର ଏସ୍ଡିପିଓ ପ୍ରଶାନ୍ତ ମାଝୀ, କଲେଜ ଅଧ୍ୟକ୍ଷ ବିକାଶ ଦାସ ଏବ˚ ଆଶାୟୀ ସରପଞ୍ଚ ପ୍ରାର୍ଥୀ ପ୍ରିୟଙ୍କା ସାମଲଙ୍କୁ ପଚରାଉଚରା କରିବାକୁ ସେମାନଙ୍କ ଘରକୁ ଯାଇଥିଲେ ବି କେହି ଘରେ ନ ଥିବାରୁ ଦୁଇ ଅଧିକାରୀ ନିରାଶ ହୋଇ ଫେରିଛନ୍ତି।
/sambad/media/post_attachments/wp-content/uploads/2022/01/ken-1.jpg)
ଗତକାଲି ମାର୍ଶାଘାଇ ଥାନା ବଉଦସ୍ଥିତ ତାରେଣୀ ଯୁକ୍ତ ଦୁଇ ସରକାରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିକାଶ ଦାସ ଓ ସାଲେପୁର ଏସ୍ଡିପି ପ୍ରଶାନ୍ତ ମାଝୀ ଏକ ନିର୍ବାଚନ ସଭାର ଆୟୋଜନ କରିଥିଲେ। ଉଭୟ ନିର୍ବାଚନ ଆଚରଣବିଧି ଓ କୋଭିଡ୍ ନିୟମାବଳୀର ଖୋଲା ଉଲ୍ଲଂଘନ କରିଥିଲେ। ସେମାନେ ଗଡ଼ରୋମିତ ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀ ପ୍ରିୟଙ୍କା ସାମଲଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଥିଲେ। ଏବଂ, ଲୋକମାନଙ୍କୁ କଲେଜ ଶ୍ରେଣୀଗୃହରେ ବସାଇ ଭୋଟ୍ ଦେବାପାଇଁ ପ୍ରବର୍ତ୍ତାଇଥିଲେ। ଆଜି ଏ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ନିର୍ବାଚନ କମିସନ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ଜିଲ୍ଳାପାଳ ଓ ଅତିରିକ୍ତ ଡିଜିଙ୍କୁ ରିପୋର୍ଟ ମାଗିଥିଲେ।
/sambad/media/post_attachments/wp-content/uploads/2022/01/ken.jpg)
ତଦନୁଯାୟୀ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମହାକାଳପଡ଼ା ତହସିଲଦାର ଓ ମାର୍ଶାଘାଇ ଥାନାଧିକାରୀ ମଧ୍ୟାହ୍ନରେ ତଦନ୍ତ ପାଇଁ କଲେଜରେ ପହଞ୍ଚିଥିଲେ। ରେଜିଷ୍ଟ୍ରାର୍ ଏବ˚ ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରିଥିଲେ। ଅଧ୍ୟକ୍ଷ ନ ଥିବାରୁ ଗଡ଼ରୋମିତ ସ୍ଥିତ ତାଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ନ ପାଇବାରୁ ନିକଟରେ ଥିବା ଏସ୍ଡିପିଓ ଶ୍ରୀ ମାଝିଙ୍କ ଘରକୁ ଯାଇଥିଲେ। କନ୍ତୁ ସେଠାରେ ତାଙ୍କୁ ପାଇନଥିଲେ। ଆଶାୟୀ ସରପଞ୍ଚ ପ୍ରାର୍ଥୀ ଶ୍ରୀମତୀ ସାମଲଙ୍କ ଘରକୁ ଯାଇ ନ ପାଇବାରୁ ତଦନ୍ତ ଅଧିକାରୀ ଫେରି ଆସିଥିଲେ। ତେବେ ଏହି ନିର୍ବାଚନୀ ସଭା ଆୟୋଜନରେ କଲେଜର ଦୁଇ ଚତୁର୍ଥ ଶ୍ରେଣୀ କର୍ମଚାରୀ ସ˚ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/ken2-1.jpg)