କେନ୍ଦ୍ରାପଡ଼ା : ଆଜି ଆରମ୍ଭ ହେଉଛି ତ୍ରିସ୍ତରୀୟ ପ˚ଚାୟତ ନିର୍ବାଚନର ପ୍ରାର୍ଥିପତ୍ର ଦାଖଲ। କିନ୍ତୁ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ କେନ୍ଦ୍ରାପଡ଼ାରେ ଘଟିଥିବା ଘଟଣା ନିର୍ବାଚନ ଆଚରଣବିଧି ଓ କୋଭିଡ୍ ନିୟମକୁ ଫୁ କରି ଉଡ଼ାଇ ଦେଇଛି। ଏକ ସରକାରୀ କଲେଜର ଅଧ୍ୟକ୍ଷ (ପ୍ରିନ୍ସିପାଲ୍)ଆଉ ବରିଷ୍ଠ ପୁଲିସ ଅଧିକାରୀ(ଏସ୍ଡିପିଓ) ସିଧାସଳଖ ନିର୍ବାଚନୀ ପ୍ରଚାରକୁ ଓହ୍ଲାଇବା ଆଉ କଲେଜ ଭିତରେ ସବୁ ନିୟମକୁ ଜଳାଞ୍ଜଳି ଦେବାସହିତ ନିର୍ବାଚନୀ ସଭା କରି ଆଶାୟୀ ସରପ˚ଚ ପ୍ରାର୍ଥୀଙ୍କ ପାଇଁ ଶତାଧିକ ଲୋକଙ୍କ ଉପସ୍ଥିତିରେ ଭୋଟ୍ ମାଗିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ମାର୍ଶାଘାଇ ଥାନା ବଉଦସ୍ଥିତ ସରକାରୀ ଯୁକ୍ତ ଦୁଇ ତାରେଣୀ ମହାବିଦ୍ୟାଳୟ ଶ୍ରେଣୀଗୃହରେ ହୋଇଥିବା ଏହି ନିର୍ବାଚନୀ ସଭାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ଘଟଣାଟି ହେଉଛି ଏମିତି। ମହାକାଳପଡ଼ା ବ୍ଳକ୍ ଗଡ଼ରୋମିତ ପ˚ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥିନୀ ହେଉଛନ୍ତି ସ˚ଘମିତ୍ରା ମହାପାତ୍ର। ଆସନ୍ତାକାଲିଠୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେଉଥିବାରୁ ଆଜି ତାଙ୍କ ପାଇଁ ଏକ ନିର୍ବାଚନୀ ସଭା ବେଆଇନ ଭାବେ ଆୟୋଜନ କରାଯାଇଥିଲା। କୋଭିଡ୍ ପାଇଁ ସଭା, ରାଲି ଉପରେ କଟକଣା ସତ୍ତ୍ବେ ସବୁ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇ ଏହି ସଭା କୌଣସି ପଡ଼ିଆରେ ନୁହେଁ, ବର˚ ସରକାରୀ ଶିକ୍ଷାନୁଷ୍ଠାନ ତାରେଣୀ ମହାବିଦ୍ୟାଳୟରେ ବସିଥିଲା। ସଭାର ମୁଖ୍ୟ ଆୟୋଜକ ଯେ କଲେଜ ପ୍ରିନ୍ସିପାଲ୍ ବିକାଶ ଦାସ ଓ ସାଲେପୁର ଏସ୍ଡିପିଓ ପ୍ରଶାନ୍ତ ମାଝୀ ଥିଲେ, ତାହା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି। ଶ୍ରେଣୀଗୃହ ଭିତରେ ହୋଇଥିବା ଏହି ସଭାରେ ପ୍ରିନ୍ସପାଲ୍ ଲୋକମାନଙ୍କୁ ବେଞ୍ଚରେ ବସାଉଥିବା ଦେଖିବାକୁ ମିଳିଥିବା ବେଳେ ଏସ୍ଡିପିଓ ଶ୍ରୀ ମାଝି ବାଇଗଣୀ ର˚ଗର କୋଟ୍ ପିନ୍ଧି ସବା ଆଗରେ ବସିଛନ୍ତି। ପ୍ରତ୍ୟେକ ବେଞ୍ଚ୍ରେ ତିନି/ଚାରି ଜଣ ଲେଖାଏ ବସିଛନ୍ତି।
ପାଖାପାଖି ଦୁଇଶହରୁ ଅଧିକ ଲୋକ ମାସ୍କ ନ ପିନ୍ଧି ଦେହକୁ ଦେହ ଲାଗି କରି ବସିଥିବା ବେଳେ ଆଶାୟୀ ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ମହାପାତ୍ର ଏବ˚ ତାଙ୍କ ସ୍ବାମୀ ଭରାସଭାରେ ଆଗକୁ ଯାଇ ହାତଯୋଡ଼ି ଭୋଟ୍ ମାଗୁଛନ୍ତି। ପ୍ରିନ୍ସିପାଲ୍ ଓ ଏସ୍ଡିପିଓ ବି ଭାଷଣ ଦେଇ ଆଶାୟୀ ସରପ˚ଚଙ୍କ ପାଇଁ ଭୋଟ୍ ମାଗିଛନ୍ତି। ଏହାପରେ ଆୟୋଜନ ହୋଇଥିବା ଭୋଜିଭାତ ଖାଇ ଲୋକ ଫେରିଛନ୍ତି। ତେବେ ନିର୍ବାଚନ ଆଚରଣବିଧି ଓ କୋଭିଡ୍ ନିୟମକୁ ଭ˚ଗ କରି ସରକାରୀ ଶିକ୍ଷାନୁଷ୍ଠାନରେ ହୋଇଥିବା ଏହି ନିର୍ବାଚନୀ ସଭାର ଭିଡିଓ ଭାଇରାଲ୍ ହେବା ପରେ ଏବେ ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି। ସରକାରଙ୍କ କଡ଼ା କଟକଣା ସତ୍ତ୍ବେ କିଭଳି ଦୁଇ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ନିର୍ବାଚନୀ ସଭାରେ ସାମିଲ୍ ହୋଇ ଭୋଟ୍ ମାଗିଲେ, ତାହା ଆଶ୍ଚର୍ଯ୍ୟଚକିତ କରୁଛି।
ଅଧୢକ୍ଷ ଶ୍ରୀ ଦାସ କଲେଜରେ ନିର୍ବାଚନୀ ସଭା ଆୟୋଜନକୁ ସ୍ବୀକାର କରିଛନ୍ତି। ପ୍ରଥମେ ବ˚ଧୁମିଳନ କହି ଟାଳି ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଭିଡିଓରେ ନିର୍ବାଚନୀ ଭାଷଣ ଓ ଆଶାୟୀ ସର˚ପଚଙ୍କ ଭୋଟ ନିବେଦନ ସ˚ପର୍କରେ ପଚାରିବା ପରେ ସବୁ ସତ ମାନି ଯାଇଥିଲେ। କହିଥିଲେ ଭୁଲ୍ ହେଇଯାଇଛି। ଆଉ ଏଭଳି ଭୁଲ୍ ହେବ ନାହିଁ। କ୍ଷମା କରିଦିଅ।