ବଲାଙ୍ଗୀର : ଚଳିତ ୨ଠ୨୧-୨୨ ବର୍ଷ ପାଇଁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସିଭିଲ କୋର୍ଟ ବାର୍ ହଲ୍ ପରିସରରେ ଅନୁଷ୍ଠିତ ନିର୍ବାଚନରେ ସଂଘର ମୋଟ ୩୯୯ସଭ୍ୟ/ସଭ୍ୟା ଅଂଶଗ୍ରହଣ କରି ମତଦାନ କରିଥିଲେ। ସଂଘର ସଭାପତି ଭାବେ ପ୍ରବୀଣ ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ଆଶୁତୋଷ ଷଡ଼ଙ୍ଗୀଙ୍କଠାରୁ ୬୪ଟି ଅଧିକ ଭୋଟ ପାଇ ସଭାପତି ନିର୍ବାଚିତ ହୋଇଥିଲେ। ପ୍ରବୀଣ ମିଶ୍ର ୨୨୬ ଖଣ୍ଡ ଭୋଟ ପାଇଥିବା ବେଳେ ଆଶୁତୋଷ ଷଡ଼ଙ୍ଗୀ ୧୬୨ଟି ଭୋଟ ପାଇଥିଲେ। ସଂପାଦକ ପଦ ପାଇଁ ଅମନ ନାଗ, ବାସୁଦେବ ରଥ ଓ ଅଧିକାରୀ ଦନ୍ତା ପ୍ରତିଦ୍ୱନ୍ଦ୍ବିତା କରୁଥିବା ବେଳେ ଅମନ ନାଗ ୧୫୪ ଖଣ୍ଡ ଭୋଟ ପାଇ ବାସୁଦେବ ରଥଙ୍କୁ ୩୭ଟି ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।
ସେହିପରି ଉପସଭାପତି ଭାବେ ସରୋଜ ଗୁପ୍ତା, କୋଷାଧ୍ୟକ୍ଷ ଭାବେ ରୁଦ୍ର ଥନାପତି, ଯୁଗ୍ମ ସଂପାଦକ ଭାବେ ସୀତାଂଶୁ ଶେଖର ଶତପଥୀ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରୀ କମିଟିକୁ ଦୀନେଶ ନାଗ, ଜୟରାମ ମିଶ୍ର, ବୀରେନ ମିଶ୍ର, ରବି ବହିଦାର, ପଦ୍ମନାଭ ପଟେଲ, ଚନ୍ଦ୍ରଶେଖର ମିଶ୍ର, ଅଶୋକ ରାଉତ, ଅସିତ ଷଡ଼ଙ୍ଗୀ, ଶ୍ରୀନିବାସ ରାଓ ଓ ଶଙ୍କର ମିଶ୍ର ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ନିର୍ବାଚନକୁ ଓକିଲ ସଂଘର ସଭ୍ୟ ସୁରେଶ ପାଠୀ, ଦେବେନ୍ଦ୍ର ପାଣିଗ୍ରାହୀ, ବିବେକା ମିଶ୍ର, ସୁରେନ୍ଦ୍ର ମିଶ୍ର, ରାଜେନ୍ଦ୍ର ମିଶ୍ର, ଦେବାଶିଷ ବିଶ୍ୱାଲ, ସତ୍ୟ ଆଚାର୍ଯ୍ୟ, ସୁଧାଂଶୁ ବଗର୍ତ୍ତି, ବ୍ରଜ ମିଶ୍ର, ପ୍ରଭାସ ମିଶ୍ର, ସୁଧାଂଶୁ ଦେଓ ନିର୍ବାଚନରେ ସହଯୋଗ କରିଥିବା ବେଳେ ନିର୍ବାଚନ ଅଧିକାରୀ ଭାବେ ସମସ୍ତ ନିର୍ବାଚନ ପ୍ରକ୍ରିୟାକୁ ଅରବିନ୍ଦାକ୍ଷ ପୂଜାରୀ ପରିଚାଳନା କରିଥିଲେ।