କଟକ : କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘର ନିର୍ବାଚନ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବା ଏବଂ ଆସନ୍ତା ଅଗଷ୍ଟ ୯ ତାରିଖ ପୂର୍ବରୁ ସଂଘର ନିର୍ବାଚନ ସାରିବାକୁ ସଂଘର ଶତାଧିକ ସଭ୍ୟ ଆଜି କଟକ ରାଜସ୍ବ ଭବନସ୍ଥିତ ଆଇଜିଆରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଆଇଜିଆର ସଂଘର ସଭାପତି ଓ ସଂପାଦକଙ୍କୁ ଏ ନେଇ ଚିଠି କରିବାକୁ ନିବେଦନ କରିଛନ୍ତି। ସଂଘର ଉପଦେଷ୍ଟା ରୁଦ୍ରନାରାୟଣ ମିଶ୍ରଙ୍କ ନେତୃତ୍ବରେ ସଭ୍ୟମାନେ ଦାବିପତ୍ର ପ୍ରଦାନ କରିଥିଲେ।
ଏ ସମ୍ପର୍କରେ ଉପଦେଷ୍ଟା ଶ୍ରୀ ମିଶ୍ର କହିଛନ୍ତି, ଗତ ୫ ତାରିଖରେ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ମାତ୍ର ବିଶୃଙ୍ଖଳା ଯୋଗୁଁ ଏହି ବୈଠକ ବାତିଲ କରାଯାଇଥିଲା। ଫଳରେ ବୈଠକରେ କୌଣସି ପ୍ରସ୍ତାବ ଆଗତ ହୋଇପାରି ନଥିଲା। ନିର୍ବାଚନ ନ ହେଲେ କେନ୍ଦୁଝର ଟ୍ରକ୍ ମାଲିକ ସଂଘର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅଟକିବାର ଆଶଙ୍କା ରହିଛି। ତେଣୁ ଆଇଜିଆର ତୁରନ୍ତ ଏ ନେଇ ସଂଘର ସଭାପତି ଓ ସଂପାଦକଙ୍କୁ ଚିଠି କରିବା ସହିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରାଯାଇଛି।
ଆଜି କୋଷାଧ୍ୟକ୍ଷ ରୁଦ୍ରନାରାୟଣ ମିଶ୍ରଙ୍କ ସମେତ ଉପସଭାପତି ପଦ୍ମଲୋଚନ ସାହୁ, ରଂଜନ କୁମାର ବିଶ୍ବାଳ, ଜିତେନ୍ଦ୍ର କୁମାର ପତି, ଅୟସକାନ୍ତ ପଟ୍ଟନାୟକ, ପୂର୍ବତନ ସଭାପତି ରାମଚନ୍ଦ୍ର ଭୂ୍ୟାଁ, ରାମଚନ୍ଦ୍ର ରାଉତ, ଅନ୍ତର୍ଯ୍ୟାମୀ ସାହୁ, ପ୍ରତାପ କୁମାର ସାହୁ, ଅଶୋକ କୁମାର ଚକ୍ର ପ୍ରମୁଖ ଆଇଜିଆରଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ctc-k.jpg)