ମାଲକାନଗିରି: ନିଖିଳ ଓଡିଶା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାଲକାନଗିରି ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ ହୋଇଛି। ମାଲକାନଗିରି ସ୍ଥିତ ତଳସାହି ନିକଟ ବ୍ରାହ୍ମଣ ସମାଜ କୋଠ ଘର ଠାରେ କର୍ମକର୍ତ୍ତାମାନଙ୍କ ସାଧାରଣ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ସଂଘର ବିକାଶ ଓ ସଭ୍ୟମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରାଯାଇଥିଲା।
ଏଥିସହ ସଂଘ ପରିଚାଳନା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଂଘର ସଭାପତି ଭାବେ ଅଶୋକ କୁମାର ମହାନ୍ତି ମନୋନିତ ହୋଇଥିବା ବେଳେ ଉପସଭାପତି ଭାବେ ଭୋଳାନାଥ ବିଶ୍ବାସ, ସାଧାରଣ ସମ୍ପାଦକ କିଶୋର କୁମାର ମହାରଣା, ଯୁଗ୍ମ ସମ୍ପାଦକ ଶୁଭ୍ରାଂଶୁ ନାୟକ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ସାହୁ, ସମୀକ୍ଷକ ଦୟାନିଧି ନିମାଲ, ସଂଗଠନ ସମ୍ପାଦକ ବିଷ୍ଣୁ ଚରଣ ତ୍ରିପାଠୀ, ରାଜ୍ୟ ପରିଷଦ ସଦସ୍ୟ ଏନ୍.ହୃଷିକେଶ ରାଓ ଓ ଦେବେନ୍ଦ୍ର ନାଥ ନାୟକଙ୍କୁ ମନୋନିତ କରାଯାଇଛି। ଏଥିସହ ଜିଲ୍ଲାର ୭ଟି ବ୍ଲକରୁ ୭ ଜଣଙ୍କୁ ବ୍ଲକ ପ୍ରତିନିଧି ଚୟନ କରାଯାଇଛି। ମାଥିଲି ବ୍ଲକରୁ ସୁକାନ୍ତ କେଶରୀ ଦାସ, ଖଇରପୁଟ ବ୍ଲକରୁ ରେବତୀ ନାଥ ମାଝୀ, କୋରୁକୋଣ୍ଡା ବ୍ଲକରୁ ରବି ଗୋଲପେଦା, ମାଲକାନଗିରି ବ୍ଲକରୁ ନିଖିଳ ବାନାର୍ଜୀ, କାଲିମେଳା ବ୍ଲକରୁ ପଦ୍ମନାଭ ଭାଲା, ଚିତ୍ରକୋଣ୍ଡା ବ୍ଲକରୁ ଏମ୍. ରମେଶ ଆୟାର ଓ ପଡିଆ ବ୍ଲକରୁ ତାରକନାଥ ସାନାଙ୍କ ଚୟନ କରାଯାଇଛି। ଏଥିସହ ଉପଦେଷ୍ଟା ଭାବେ ଅଶୋକ କୁମାର ମହାରଣା, ରାମେଶ୍ବର ପୂଜାରୀ, ରତନ ରାୟ ପ୍ରମୁଖ ରହିଥିବା ବେଳେ ଅଶୋକ କୁମାର ପଟ୍ଟନାୟକ ଓ କାଳୀ ପ୍ରସାଦ ଚୌଧୁରୀଙ୍କୁ ଆଇନଜୀବୀ ପରାମର୍ଶଦାତା ଭାବେ ମନୋନିତ କରାଯାଇଛି। ଏହି ଅବସରରେ ଆଇନପରାମର୍ଶଦାତା ଶ୍ରୀ ଚୌଧୁରୀଙ୍କ ଦ୍ବାରା ନୂତନ କର୍ମକର୍ତ୍ତାମାନେ ଶପଥ ପାଠ କରିଥିଲେ। ରାଜ୍ୟ ସଂଘ ସହ ପରାମର୍ଶକ୍ରମେ ସଂଘର ବିଭିନ୍ନ କାର୍ଯ୍ୟ କରାଯିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବ୍ୟକ୍ତିଗତ ଅସୁବିଧା ରହିଥିଲେ ତାହାର ମଧ୍ୟ ସମାଧାନ କରାଯିବ ବୋଲି ସଭାପତି କହିଛନ୍ତି।